ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ଵର (ରାଜ୍ୟ କାହାଣୀ)ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି ସହ ନୂଆ ଦାୟିତ୍ୱ ଦିଆଯାଇଛି।କେତେକ ଅଧିକାରୀଙ୍କୁ ନୂଆ ପଦବୀରେ ନିଯୁକ୍ତ କରାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।ଜାରି ବିଜ୍ଞପ୍ତି ଅନୁସାରେ…
୧. ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ । ଏଥିସହ କାଜୁ ଉନ୍ନୟନ ନିଗମ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
୨. ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ ଆରଡିସି ଏଥିସହ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୩. ଶୁଭମ ସାକ୍ସେନାଙ୍କୁ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱ।
୪. ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆରଡିସି ଦାୟିତ୍ୱ।
୫. ଗାଭାଲି ପରାଗ ହର୍ଷଦଙ୍କୁ ଏନଏଚଏମ ଏମଡି ଦାୟିତ୍ୱ ।
୬.ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
୭. ପ୍ରଣତି ଛୋଟରାୟ ହେଲେ ଓମଫେଡ ଏମଡି ।
୮. ଶୁବ୍ର କୁମାର ପଣ୍ଡାଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।