ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ,ଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି
ଭୁବନେଶ୍ୱର ( ରାଜ୍ୟକାହାଣୀ )ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେଲା ଜିରୋ କାଜୁଆଲିଟି । ଦ୍ବିତୀୟ ଲକ୍ଷ୍ୟ ହେଲେ ପୁନରୁଦ୍ଧାର ଓ ମରାମତି । ଏଥି ପାଇଁ NDRF, ODRAF, ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ତେବେ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ଅନ୍ୟ ଜିଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ସମ୍ପୃକ୍ତ ଜିଲ୍ଲାପାଳମାନେ ପରିସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିବା ସିଏମ୍ଓ ପକ୍ଷରୁ କୁହାଯାଇଛି।