ଆମେରିକାରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ
ଆମେରିକାରେ ଧରାପଡ଼ିଛି ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ । ୟୁଟ୍ୟୁବର ତଥା ବିଗ୍ ବସ୍ ବିଜେତା ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ହିମାଂଶୁଙ୍କ ନାଁ ଆସିଥିଲା । ସୂଚନା ଅନୁସାରେ, ଆମେରିକାର ଫେଡେରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (FBI) ତାଙ୍କୁ ଗିରଫ କରିଛି।ହିମାଂଶୁ ଭାଉ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କଟ୍ଟର ବିରୋଧୀ ଭାବେ ପରିଚିତ । ଅନେକ ଗୁରୁତର ଅପରାଧ ଘଟାଇବା ପରେ ସେ ଦେଶ ଛାଡ଼ି ପଳାଇ ଯାଇଥିଲା । ତା’ର ଗ୍ୟାଙ୍ଗ ଦିଲ୍ଲୀ ଓ ହରିୟାଣାରେ ସକ୍ରିୟ ଥିଲା ଏବଂ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା । ବର୍ତ୍ତମାନ ଆମେରିକାର ଏଫ୍ବିଆଇ ତାକୁ ହେପାଜତକୁ ନେଇଛି ଏବଂ ତାକୁ ଭାରତ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ହିମାଂଶୁ ଭାଉ ମାତ୍ର ୧୭ ବର୍ଷ ବୟସରେ ଅପରାଧ ଜଗତରେ ପ୍ରବେଶ କରିଥିଲା । କିଶୋରାବସ୍ଥାରେ ସେ ଏକ ବାଳ ସୁଧାର ଗୃହରେ ମଧ୍ୟ ରହିଥିଲା । ପରେ ଅପରାଧିକ ଗତିବିଧିରେ ତା’ର ନାମ ବାରମ୍ବାର ସାମ୍ନାକୁ ଆସିଥିଲା । ୨୦୨୩ ମସିହାରେ ଇଣ୍ଟରପୋଲ୍ ତା’ ବିରୋଧରେ ରେଡ୍ କର୍ନର ନୋଟିସ୍ ଜାରି କରିଥିବା ସୂଚନା ରହିଛି ।