ରଙ୍ଗାରଙ୍ଗ ଭସାଣିରେ ଚାଲିଛି ମା’ ଦୁର୍ଗାଙ୍କୁ ମେଲାଣି

ସରିଲା ଶାରଦୀୟ ଦୂର୍ଗାପୂଜା । ଧରାପୃଷ୍ଠରୁ ମେଲାଣି ନେଲେ ମା’ । ବାଜ ବାଣ, ରୋଷଣୀ ମାଆଙ୍କୁ ବିଦାୟ ଦେଲେ ଶ୍ରଦ୍ଧାଳୁ ।ଗୁରୁବାର ରଙ୍ଗାରଙ୍ଗ ଭସାଣି ଶୋଭାଯାତ୍ରାରେ ମା’ ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି କଟକ ଓ ଭୁବନେଶ୍ୱରବାସୀ ।ଅକ୍ଟୋବର ୨୧ ତାରିଖ ବିଜୟାଦଶମୀ ପାଳନ ପରେ ଗୁରୁବାର, ଅକ୍ଟୋବର ୨୨ରେ ଦୁଇ ସହରରେ ଅନୁଷ୍ଠିତ ହୋଇଥିଲା ପାରମ୍ପରିକ ଭସାଣି ଉତ୍ସବ । ସୁସଜ୍ଜିତ ମେଢ଼, ଆଲୋକମାଳା, ନୃତ୍ୟ ଓ ବାଦ୍ୟରେ ମୁଖରିତ ହୋଇଉଠିଥିଲା ରାଜଧାନୀ ଓ ରୌପ୍ୟନଗରୀର ରାସ୍ତାଘାଟ ।ରାଜଧାନୀ ଭୁବନେଶ୍ୱରରେ ଏକାଧିକ ଭସାଣି କମିଟି ପକ୍ଷରୁ ମା’ଙ୍କ ମେଲାଣି ଉତ୍ସବ ଆୟୋଜନ କରାଯାଇଥିଲା ।ସେପଟେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ।ନଦୀଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ରତିମାଗୁଡ଼ିକୁ ଏହି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ଭସାଣି ସମୟରେ ଡିଜେ ସଙ୍ଗୀତ ଓ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଥିଲା ।ଭୁବନେଶ୍ୱରରେ ପ୍ରାୟ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୧୦୦ରୁ ଅଧିକ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ସେହିପରି କଟକରେ ପ୍ରାୟ ୬୦ ପ୍ଲାଟୁନ୍ ବା ପାଖାପାଖି ୪୨୦୦ ପୁଲିସ କର୍ମଚାରୀଙ୍କୁ ଭସାଣି ଉତ୍ସବ ପାଇଁ ନିୟୋଜିତ କରାଯାଇଥିଲା ।ମା’ଙ୍କୁ ଶେଷ ପ୍ରଣାମ କରି ଅନେକ ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରର ରାସ୍ତାଘାଟ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଭସାଣି ଶୋଭାଯାତ୍ରା ଆଜି ସକାଳେ ମଧ୍ୟ ଜାରି ରହିଛି । ମା’ଙ୍କୁ ଶେଷ ବିଦାୟ ଦେବା ପାଇଁ କଟକର ଦେବୀଗଡ଼ା ନିକଟରେ ଜମିଛି ଭକ୍ତଙ୍କ ପ୍ରବଳ ଭିଡ଼ । ତେବେ ଗତ କିଛି ଦିନ ଧରି ଯେଉଁ ପୂଜାମଣ୍ଡପଗୁଡ଼ିକ ଭକ୍ତଙ୍କ ଭିଡ଼ରେ ମୁଖରିତ ହୋଇଥିଲା, ସେଗୁଡ଼ିକ ଏବେ ଖାଲି ପଡ଼ିଛି ।

You might also like