ଫ୍ରାନ୍ସରେ ନୂଆ ଭାଇରସ୍ ଆତଙ୍କ;ମଣିଷଠାରେ ଚିହ୍ନଟ ଶାମୋଣ୍ଡା
ଫ୍ରାନ୍ସରେ ଶାମୋଣ୍ଡା ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି । ପୂର୍ବରୁ ମୁଖ୍ୟତଃ ପ୍ରାଣୀଙ୍କୁ ସଂକ୍ରମିତ କରୁଥିବା ଏହି ଭାଇରସ୍ ପ୍ରଥମ ଥର ପାଇଁ ଜଣେ ମଣିଷଙ୍କଠାରେ ଚିହ୍ନଟ ହୋଇଛି । ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଫରାସୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି । ତେବେ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ଏହି ଭାଇରସ୍ ଦ୍ବାରା ସାଧାରଣ ଳୋକଙ୍କୁ କୌଣସି ବିପଦ ନାହିଁ। ଶାମୋଣ୍ଡା ହେଉଛି ଏଭଳି ଭାଇରସ୍, ଯାହାକି କୀଟପତଙ୍ଗ କାମୁଡିବା ଦ୍ବାରା ବ୍ୟାପିଥାଏ। ଏହା ମୁଖ୍ୟ ରୂପରେ ମଇଁଷିଙ୍କୁ ସଂକ୍ରମିତ କରିଥାଏ। ଗାଇଙ୍କ ଭିତରେ ଏହି ସଂକ୍ରମଣ ମାମଲା ଅଧିକ ରହିଛି। ଏଭଳି ବ୍ୟାପିବା ଫଳରେ ଛୋଟ ଛୋଟ କୀଟପତଙ୍ଗର ଭୂମିକା ରହିଥାଏ। ଫ୍ରାନ୍ସ ସରକାରଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ମାନି ନିଆଯାଉଥିଲା ଯେ, ଏହି ଭାଇରସ୍ ମଣିଷକୁ ସଂକ୍ରମିତ କରିପାରିବନି।
ଫ୍ରାନ୍ସର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ରୋଗୀ ପୂର୍ବ ଫ୍ରାନ୍ସରେ ସଂକ୍ରମିତ ହୋଇଛନ୍ତି। ଏହି ଅଞ୍ଚଳରେ ୨୦୨୬ର ବସନ୍ତ ଓ ଗ୍ରୀଷ୍ମ ଋତୁ ବେଳେ ପଶୁଙ୍କ ଭିତରେ ଏହି ଭାଇରସ୍ ବ୍ୟାପିଯାଇଥାଏ। ତେବେ ରୋଗୀଙ୍କୁ ସଂକ୍ରମଣ କିଭଳି ହେଲା, ଏହାର ପୁରା ସୂଚନା ଏବେ ମିଳିପାରିନି।ଶାମୋଣ୍ଡା ଭାଇରସ୍ ଏକ ପ୍ରକାର ଅର୍ଥୋବୁନିଆଭାଇରସ୍ । ଏହା ମୁଖ୍ୟତଃ ଗୋରୁଙ୍କୁ ସଂକ୍ରମିତ କରିଥାଏ । କୁଲିକୋଇଡ୍ସ ବଂଶର ଛୋଟ କାମୁଡ଼ା ପୋକ ମାଧ୍ୟମରେ ଏହା ପ୍ରାଣୀଙ୍କ ମଧ୍ୟରେ ବ୍ୟାପିଥାଏ । ସଂକ୍ରମିତ ଗୋରୁଙ୍କଠାରେ ଜ୍ୱର, ଝାଡ଼ା, ଦୁର୍ବଳତା ଓ କ୍ଷୀର ଉତ୍ପାଦନ ହ୍ରାସ ଭଳି ଲକ୍ଷଣ ଦେଖାଦେଇପାରେ । ଗର୍ଭବତୀ ପ୍ରାଣୀଙ୍କ କ୍ଷେତ୍ରରେ ଗର୍ଭପାତ କିମ୍ବା ବାଛୁରୀଙ୍କ ଜନ୍ମଗତ ତ୍ରୁଟି ଭଳି ସମସ୍ୟା ମଧ୍ୟ ଦେଖାଦେବାର ଆଶଙ୍କା ରହିଛି ।