ଆସନ୍ତା ୨୫ରେ ଓଡ଼ିଶାରେ RBI ଡାଟା ସେଣ୍ଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆସନ୍ତା ୨୫ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୭୦ କୋଟି ବ୍ୟୟରେ ଜଟଣୀ ଠାରେ ନିର୍ମାଣ ହୋଇଥିବା ଡାଟା ସେଣ୍ଟରକୁ ଉଦଘାଟନ କରିବେ । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଓଡ଼ିଶାରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି।ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରକଳ୍ପ ପାଇଁ ଓଡ଼ିଶାକୁ ବାଛିଥିଲେ । ଏହା ଓଡ଼ିଶାର ଡିଜିଟାଲ ବିକାଶକୁ ଆଗକୁ ନେବ । ଡିଜିଟାଲ କ୍ଷେତ୍ରରେ ଓଡ଼ିଶାର ଛବି ବଦଳାଇବାରେ ସହାୟକ ହେବ । ପ୍ରଥମେ ସେମି କଣ୍ଡକ୍ଟର ପରେ RBI ଡାଟା ସେଣ୍ଟର ଦର୍ଶାଉଛି ଓଡ଼ିଶା ପ୍ରତି ମୋଦିଙ୍କ ପ୍ରତିବଦ୍ଧତା । ୨୫ ତାରିଖ ଅପରାହ୍ନ ୪ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଜଟଣୀରେ ଡାଟା ସେଣ୍ଟର ଉଦଘାଟନ କରିବା ପରେ ସନ୍ଧ୍ୟା ସାଢେ ୬ଟାରେ ଦିଲ୍ଲୀ ଫେରିଯିବେ ପ୍ରଧାମନ୍ତ୍ରୀ ।

You might also like