ଶ୍ରୀମନ୍ଦିରରେ ୨୧ ଓ ୨୨ ଅକ୍ଟୋବରରେ ସ୍ୱତନ୍ତ୍ର ବେଶ

ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ବିଜୟାଦଶମୀ ପର୍ବ ପାଳନ କରାଯିବ। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ବଲ୍ଲଭ ମଠ ସ୍ଥିତ ମହାଖଳାକୁ ବିଜେ ହେବେ। ରଥରେ ଦୁର୍ଗାମାଧବ ବିଜେ ହେବେ । ଦଶହରା ନୀତି ସାରି ସୁନା ବେଶ ଅନୁଷ୍ଠିତ ହେବ ।ଏହି ବେଶରେ କିରିଟି, ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଭଳି ବହୁ ଦୁର୍ଲଭ ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇଥାନ୍ତି। ଶ୍ରୀମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଦଶହରା ପଦା ତଥା ଶ୍ରୀଜଗନ୍ନାଥ ଠାକୁରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରଦ୍ଧାଳୁମାନେ ଦଶହରାରେ ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ ଦର୍ଶନ ସହ ଦଶହରା ନୀତି ଦେଖିବାର ସୌଭାଗ୍ୟ ଲଭିବେ ।ସେହିଭଳି ଆସନ୍ତା ୨୨ ତାରିଖ ଗୁରୁବାର ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ପାଳନ ଅବସରରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ଏଥିସହ ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ ।

You might also like