ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣା: ଦୁଇ ସନ୍ଦିଗ୍ଧ ଅଟକ

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ ଦାବି କରି ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଲରେନ୍ସ ବିଶ୍ନୋଇ ଏବଂ ଅନ୍ୟ ଗ୍ୟାଙ୍ଗ ସହିତ ଏକ ନୂତନ ନାମ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ପୋଲିସର ସୂଚନା ଅନୁୟାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଟାଇଗର ଶ୍ରଫ୍ ମୁମ୍ବାଇର ଏକ ଫୁଟବଲ୍ କ୍ଲବ୍ ଛାଡ଼ି ଯାଉଥିବା ସମୟରେ ଅଜଣା ବ୍ୟକ୍ତିମାନେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରୁ ଅଭିନେତାଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଡ୍ରାଇଭରଙ୍କୁ ଗୁଳି ବାଜିଥିବାବେଳେ ଟାଇଗରଙ୍କୁ କୌଣସି ଗୁଳି ବାଜି ନାହିଁ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ସନ୍ଦିଗ୍ଧଙ୍କୁ ତାଙ୍କ ପୋଷାକ ଆଧାରରେ ଚିହ୍ନଟ କରାଯାଇଥିବା କୁହାଯାଉଛି।

You might also like