ବେଦାନ୍ତ ଆଲୁମିନିୟମ୍ ଭାରତର ବିଦ୍ୟୁତ୍ ଯାନ ଦ୍ୱରା ପରିବହନର ପରିବର୍ତ୍ତନକୁ ଗତି ଦେଇଛି

ଭୁବନେଶ୍ୱର , ରାଜ୍ୟ କାହାଣୀ: ଭାରତରେ ଲୋକ ଓ ସାମଗ୍ରୀ ପରିବହନ ବ୍ୟବସ୍ଥାରେ ଏକ ନିରବ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି। ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ ଦିଗରେ ଦେଶ ଆଗକୁ ବଢ଼ୁଥିବାବେଳେ ଶିଳ୍ପଜଗତ ନବସୃଜନ, ସ୍ଥାୟୀତ୍ୱ ଓ ଉତ୍ପାଦନ କ୍ଷେତ୍ରର ଉତ୍କର୍ଷ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଏହି ପରିବର୍ତ୍ତନର କେନ୍ଦ୍ରରେ ରହିଛି ପରିବହନ କ୍ଷେତ୍ର। ଏହା ଅର୍ଥନୈତିକ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ସହ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରୁଛି। ଏହି ପରିବର୍ତ୍ତନର ଅନ୍ୟତମ ପ୍ରମୁଖ ଆଧାର ଭାବେ ବିଦ୍ୟୁତ୍ ଯାନର ଦ୍ରୁତ ପ୍ରସାର ଭବିଷ୍ୟତର ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେବା ସହ ଭାରତକୁ ବିଶ୍ୱସ୍ତରୀୟ ଓ ଭବିଷ୍ୟତମୁଖୀ ଅର୍ଥନୀତି ଭାବେ ଗଢ଼ି ତୋଳିବାର ଲକ୍ଷ୍ୟକୁ ମଜବୁତ କରିଛି।

ବିଦ୍ୟୁତ୍ ଚାଳିତ ପରିବହନ ବ୍ୟବସ୍ଥା ଗତିଶୀଳ ହେଉଥିବାବେଳେ ଆଲୋଚନା କେବଳ ଯାନବାହନ ମଧ୍ୟରେ ସୀମିତ ନ ରହି, ଏହାକୁ ସମର୍ଥନ କରୁଥିବା ସମଗ୍ର ପରିବେଶ ବ୍ୟବସ୍ଥା ଆଡ଼କୁ ବଢ଼ୁଛି। ବ୍ୟାଟେରୀ ପ୍ରଯୁକ୍ତି, ଚାର୍ଜିଂ ଭିତ୍ତିଭୂମିଠାରୁ ଆରମ୍ଭ କରି ଉନ୍ନତମାନର ଉପାଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ଉପାଦାନ ଆଗାମୀ ପିଢ଼ିର ପରିବହନ ବ୍ୟବସ୍ଥା ଗଠନରେ ଗୁରୁତ୍ୱ ବହନ କରୁଛି। ଏଥିମଧ୍ୟରେ ଆଲୁମିନିୟମ୍ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ଉପାଦାନ ଭାବେ ଉଭା ହୋଇଛି। ଏହାର ହାଲୁକା ଓଜନ ସହ ଦୃଢ଼ତା ଯୋଗୁଁ ବିଦ୍ୟୁତ୍ ଯାନରେ ଏହା ବିଶେଷ ଉପଯୋଗୀ। ଯାନର ଓଜନ ହ୍ରାସ ପାଇଲେ ଶକ୍ତି ବ୍ୟବହାରରେ ଦକ୍ଷତା ବଢ଼ିବା ସହ ଏହାର ଚାଳନା ଦୂରତା ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଆଧୁନିକ ପରିବହନ ସମାଧାନରେ ଆଲୁମିନିୟମ୍ ଏକ ପ୍ରମୁଖ ନିର୍ମାଣ ଉପାଦାନରେ ପରିଣତ ହେଉଛି।

ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମ୍ ଏହି ପରିବର୍ତ୍ତନକୁ ସମର୍ଥନ କରିବାରେ ପ୍ରମୁଖ ଭୂମିକା ନେଉଛି। କମ୍ପାନୀ ବିଭିନ୍ନ ପରିବହନ ଓ ଉତ୍ପାଦନ କ୍ଷେତ୍ର ପାଇଁ ଉଚ୍ଚମାନର ଆଲୁମିନିୟମ୍ ଉତ୍ପାଦ ଯୋଗାଇ ଆସୁଛି।

ପରିବହନ କ୍ଷେତ୍ରରେ ଉଦୀୟମାନ ସୁଯୋଗ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ବିଦ୍ୟୁତ୍ ଚାଳିତ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ ସେତେବେଳେ ପ୍ରକୃତ ଅର୍ଥରେ ପରିବର୍ତ୍ତନକାରୀ ହୁଏ, ଯେତେବେଳେ ଏହା ସମଗ୍ର ମୂଲ୍ୟ ଶୃଙ୍ଖଳାରେ ମୂଲ୍ୟ ସୃଷ୍ଟି କରେ। ଶିଳ୍ପର ପରିଚାଳନାଠାରୁ ଆରମ୍ଭ କରି ଯାନର ଡିଜାଇନ୍ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ। ବେଦାନ୍ତ ଆଲୁମିନିୟମ୍‌ରେ ଆମେ ନିଜ କାର୍ଯ୍ୟକ୍ଷେତ୍ରରେ ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଏଭଳି ଉନ୍ନତ ଉପାଦାନ ବିକଶିତ କରୁଛୁ, ଯାହା ଅଟୋମୋବାଇଲ୍ ନିର୍ମାତାଙ୍କୁ ଅଧିକ ହାଲୁକା, ଦକ୍ଷ ଓ ଭବିଷ୍ୟତମୁଖୀ ଯାନ ନିର୍ମାଣରେ ସହାୟତା କରିବ। ଏହି ଦୁଇ ପ୍ରକାର ପଦକ୍ଷେପ ବିଦ୍ୟୁତ୍ ଯାନ ଆଡ଼କୁ ପରିବର୍ତ୍ତନର ଅର୍ଥନୈତିକ ଓ ପରିବେଶଗତ ଯୁକ୍ତିକୁ ଆହୁରି ମଜବୁତ କରୁଛି।”

କମ୍ପାନୀର ନିଜସ୍ୱ କାର୍ଯ୍ୟପ୍ରଣାଳୀରେ ମଧ୍ୟ ଏହି ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳୁଛି। ଓଡ଼ିଶା ଓ ଛତିଶଗଡ଼ରେ ଥିବା ବିଭିନ୍ନ କାରଖାନାରେ ବେଦାନ୍ତ ଆଲୁମିନିୟମ୍ ୧୫୬ଟି ଲିଥିୟମ୍-ଆୟନ୍ ବ୍ୟାଟେରୀଚାଳିତ ବିଦ୍ୟୁତ୍ ଫର୍କଲିଫ୍ଟ ନିୟୋଜିତ କରିଛି। ଏହା ଭାରତରେ ଏହି ପ୍ରକାରର ସର୍ବବୃହତ ଶିଳ୍ପ କ୍ଷେତ୍ରୀୟ ବ୍ୟବହାର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କେବଳ ଝାରସୁଗୁଡ଼ାରେ ୧୧୯ଟି ବିଦ୍ୟୁତ୍ ଫର୍କଲିଫ୍ଟ କାର୍ଯ୍ୟକ୍ଷମ ରହିଛି। ଏହା ଦ୍ୱାରା ପ୍ରତିବର୍ଷ ପ୍ରାୟ ୫,୧୦୦ ଟନ୍ କାର୍ବନ ଡାଇଅକ୍ସାଇଡ୍ ସମତୁଲ୍ୟ ନିର୍ଗମନକୁ ଏଡ଼ାଇବା ସହ ପ୍ରାୟ ୧୯.୪ ଲକ୍ଷ ଲିଟର ଡିଜେଲ୍ ସଞ୍ଚୟ ହେଉଥିବା ଆକଳନ କରାଯାଇଛି। ସାମଗ୍ରୀ ପରିବହନ ବ୍ୟତୀତ କମ୍ପାନୀ ନିଜର ବିଭିନ୍ନ କାର୍ଯ୍ୟସ୍ଥଳ ଓ ଆବାସିକ ଅଞ୍ଚଳରେ କ୍ରମେ ବିଦ୍ୟୁତ୍ ଯାନର ବ୍ୟବହାର ବଢ଼ାଇବା ସହ କର୍ମଚାରୀମାନଙ୍କୁ ବିଦ୍ୟୁତ୍ ଯାନ ଗ୍ରହଣ ପାଇଁ ବିଶେଷ ପ୍ରୋତ୍ସାହନ ଓ ନୀତିଗତ ସୁବିଧା ପ୍ରଦାନ କରୁଛି।

କାର୍ଯ୍ୟକ୍ଷେତ୍ରରେ ବିଦ୍ୟୁତ୍ ଯାନର ବ୍ୟବହାର ବେଦାନ୍ତ ଆଲୁମିନିୟମ୍‌ର ବିଦ୍ୟୁତ୍ ଯାନ ଯାତ୍ରାର ଗୋଟିଏ ଦିଗ ହୋଇଥିବାବେଳେ ଏହାର ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି ଉପାଦାନ ଭାବେ ଆଲୁମିନିୟମ୍‌ର ବ୍ୟବହାର। ବିଦ୍ୟୁତ୍ ଚାଳିତ ପରିବହନ ବ୍ୟବସ୍ଥା ବଢ଼ୁଥିବା ସହ ଦୃଢ଼ତା, ସ୍ଥାୟୀତ୍ୱ, ବିଦ୍ୟୁତ୍ ପରିବାହିତା ଓ ପୁନଃଚକ୍ରଣଯୋଗ୍ୟତା ଯୋଗୁଁ ଯାନ ନିର୍ମାଣରେ ଆଲୁମିନିୟମ୍‌ର ଗୁରୁତ୍ୱ ବଢ଼ିଚାଲିଛି। ସବୁଠାରୁ ବଡ଼ କଥା ହେଉଛି ଏହାର ହାଲୁକା ଓଜନ ଯାନର ଦକ୍ଷତା ବଢ଼ାଇବା ସହ ବ୍ୟାଟେରୀ ବ୍ୟବସ୍ଥା ଯୋଗୁଁ ବଢ଼ୁଥିବା ଅତିରିକ୍ତ ଓଜନକୁ ସନ୍ତୁଳିତ କରିଥାଏ। ଏହି କାରଣରୁ ଆଧୁନିକ ବିଦ୍ୟୁତ୍ ଯାନ ପାଇଁ ଆଲୁମିନିୟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ପାଲଟିଛି।

ଏହି ସୁଯୋଗକୁ ଦୃଷ୍ଟିରେ ରଖି ବେଦାନ୍ତ ଆଲୁମିନିୟମ୍ ଅଟୋମୋବାଇଲ୍ କ୍ଷେତ୍ର ପାଇଁ ନିଜର ମୂଲ୍ୟବର୍ଦ୍ଧିତ ଉତ୍ପାଦର ପରିସରକୁ କ୍ରମାଗତ ଭାବେ ବଢ଼ାଉଛି। କମ୍ପାନୀର ସ୍ୱତନ୍ତ୍ର ଅଟୋମୋବାଇଲ୍ ଶିଳ୍ପ ସମ୍ମିଳନୀ ‘ଅଟୋଏଜ୍ ୨୦୨୬’ରେ ପରିବହନ କ୍ଷେତ୍ରର ବଦଳୁଥିବା ଆବଶ୍ୟକତା ପୂରଣ ପାଇଁ ଦୁଇଟି ଉନ୍ନତ ପ୍ରାଥମିକ ଫାଉଣ୍ଡ୍ରି ମିଶ୍ରଧାତୁ ସମାଧାନ ଉନ୍ମୋଚନ କରାଯାଇଥିଲା। ନୂଆ କପର୍-ଡୋପ୍ଡ ମିଶ୍ରଧାତୁ ଅଧିକ ସ୍ଥାୟୀତ୍ୱ, ଘର୍ଷଣ ପ୍ରତିରୋଧ ଓ ଉଚ୍ଚ ତାପମାତ୍ରାରେ ଉତ୍ତମ କାର୍ଯ୍ୟକ୍ଷମତା ପ୍ରଦାନ କରୁଛି। ଏହାକୁ ବିଭିନ୍ନ ଉଚ୍ଚ ଚାହିଦାସମ୍ପନ୍ନ ଅଟୋମୋବାଇଲ୍ ବ୍ୟବହାର ପାଇଁ ଉପଯୋଗୀ କରାଯାଇଛି। ସେହିପରି ଆଇଆଇଟି ଦିଲ୍ଲୀ ସହଯୋଗରେ ବିକଶିତ ବେଦାନ୍ତ ଫାଉଣ୍ଡ୍ରି ଆଲୟରେ ହାଲୁକା ଓଜନ, ଅଧିକ ଦୃଢ଼ତା, କ୍ଷୟ ପ୍ରତିରୋଧ ଓ ଉନ୍ନତ ଢାଳେଇ କ୍ଷମତାର ସମନ୍ୱୟ ରହିଛି। ଏହା ପାରମ୍ପରିକ ଇନ୍ଧନଚାଳିତ ଯାନ ସହ ବିଦ୍ୟୁତ୍ ଯାନ ପାଇଁ ମଧ୍ୟ ଉପଯୋଗୀ।

ଏହି ନୂତନତ୍ୱଗୁଡ଼ିକ ବେଦାନ୍ତ ଆଲୁମିନିୟମ୍‌ର ବଢ଼ୁଥିବା ଅଟୋମୋବାଇଲ୍ ଉତ୍ପାଦ ପରିସରକୁ ଆହୁରି ସମୃଦ୍ଧ କରିଛି। ଏଥିରେ ମିଶ୍ରଧାତୁ ଚକ, ସିଲିଣ୍ଡର ହେଡ୍, ଇଞ୍ଜିନ୍ ଉପାଦାନ, ଅଟୋମୋବାଇଲ୍ ଢାଳେଇ ଉତ୍ପାଦ ଓ ବିଶେଷ ପ୍ରକାରର ବିଲେଟ୍ ସାମିଲ ରହିଛି। ବାର୍ଷିକ ୩.୮ ଲକ୍ଷ ଟନ୍ ପ୍ରାଥମିକ ଫାଉଣ୍ଡ୍ରି ମିଶ୍ରଧାତୁ ଉତ୍ପାଦନ କ୍ଷମତା ସହ ବେଦାନ୍ତ ଆଲୁମିନିୟମ୍ ଭାରତର ସର୍ବବୃହତ ପ୍ରାଥମିକ ଫାଉଣ୍ଡ୍ରି ମିଶ୍ରଧାତୁ ଉତ୍ପାଦକ ଭାବେ ପରିଚିତ। ବାଲ୍କୋରେ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ୧୨.୫ ଲକ୍ଷ ଟନ୍ ବାର୍ଷିକ କ୍ଷମତା ସହ କମ୍ପାନୀ ବିଶ୍ୱର ସର୍ବବୃହତ ପ୍ରାଥମିକ ବିଲେଟ୍ ଉତ୍ପାଦକ ହେବା ଦିଗରେ ଆଗୁଆ ରହିଛି।

ଭାରତ ପରିବେଶ ଅନୁକୂଳ ପରିବହନ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାବେଳେ ଗୁରୁତ୍ୱ କେବଳ ବ୍ୟକ୍ତିଗତ ପ୍ରଯୁକ୍ତି ଉପରେ ନ ରହି, ଏହାକୁ ସମର୍ଥନ କରୁଥିବା ବ୍ୟାପକ ପରିବେଶ ବ୍ୟବସ୍ଥା ଉପରେ କେନ୍ଦ୍ରିତ ହେଉଛି। ନିଜ କାର୍ଯ୍ୟକ୍ଷେତ୍ରରେ ବିଦ୍ୟୁତ୍ ଚାଳିତ ପରିବହନ ବ୍ୟବସ୍ଥାର ବ୍ୟବହାର ସହ ଅଟୋମୋବାଇଲ୍ ଶିଳ୍ପ ପାଇଁ ଉନ୍ନତ ଉପାଦାନ ସମାଧାନକୁ ଏକତ୍ର କରି ବେଦାନ୍ତ ଆଲୁମିନିୟମ୍ ଭାରତର ବିଦ୍ୟୁତ୍ ଯାନ ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ସହ ସ୍ଥାୟୀ ଉତ୍ପାଦନ, ଶିଳ୍ପଗତ ପ୍ରତିସ୍ପର୍ଦ୍ଧିତା ଓ ‘ବିକଶିତ ଭାରତ’ର ବ୍ୟାପକ ଲକ୍ଷ୍ୟରେ ଅବଦାନ ରଖୁଛି।

You might also like