୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗ ଅଧିକାରୀ

ସ୍କୁଲରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ ବିଲ୍‌ ପାସ୍‌ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁରଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି।ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ପ୍ରୋପାଇଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଚନ୍ଦ୍ରଜିତଙ୍କ କାର୍ଯ୍ୟାଳୟ ସମେତ ଗାଲୁପଡ଼ା ସ୍ଥିତ ନୂଆ ଘର ଓ କଟକ ମଧୂପଟଣା ଥାନା ନୂଆପଡ଼ାରେ ଥିବା ଘର ସମେତ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ତଦନ୍ତ କରୁଛି ।

You might also like