ସାହିତ୍ୟ ପାଇଁ ନୋବେଲ୍: ସାହସୀ ଏବଂ କଳ୍ପନାଶୀଳ ଲେଖନୀ ପାଇଁ ଆନ୍ କାର୍ସନଙ୍କୁ ସମ୍ମାନ

୨୦୨୬ ମସିହାର ସାହିତ୍ୟ ନୋବେଲ୍ ପୁରସ୍କାର ପାଇଁ କାନାଡାର ବିଶିଷ୍ଟ ଲେଖିକା ଓ କବି ଆନ୍ କାର୍ସନଙ୍କ ନାମ ଘୋଷଣା କରାଯାଇଛି । ଗୁରୁବାର ସ୍ୱିଡିଶ୍ ଏକାଡେମୀ ପକ୍ଷରୁ ତାଙ୍କୁ ଚଳିତବର୍ଷର ସାହିତ୍ୟ ନୋବେଲ୍ ବିଜେତା ଭାବେ ଚୟନ କରାଯାଇଛି ।ନୋବେଲ କମିଟି ଅନୁଯାୟୀ, କାନାଡିୟ ଲେଖିକା ଆନ୍ କାର୍ସନଙ୍କୁ ୨୦୨୬ରେ ଏହି ପୁରସ୍କାର ପ୍ରଦାନ କରାଯିବ । ତାଙ୍କୁ ତାଙ୍କର “ଶାସ୍ତ୍ରୀୟ ପରମ୍ପରା ସହିତ ସୃଜନଶୀଳ ଆଲୋଚନାରେ ସାମିଲ ହେବା ସହିତ ସମସାମୟିକ ସାହିତ୍ୟ ପାଇଁ ନୂତନ ରୂପ ଗଢିବାରେ ତାଙ୍କର ସାହସୀ ଏବଂ କଳ୍ପନାଶୀଳ ସାହିତ୍ୟିକ ଲେଖନୀ” ଲାଗି ଦିଆଯାଇଛି ।

ନୋବେଲ କମିଟି ଅନୁଯାୟୀ, ଆନ୍ କାର୍ସନଙ୍କ ସାହିତ୍ୟ ଏହାର ସାହସିକ ଶୈଳୀ ଏବଂ ଅଭିନବ ପରୀକ୍ଷଣ ପାଇଁ ସ୍ୱତନ୍ତ୍ର । ସେ ଶାସ୍ତ୍ରୀୟ ସାହିତ୍ୟିକ ପରମ୍ପରାକୁ ଆଧୁନିକ ଲେଖା ସହିତ ମିଶ୍ରଣ କରି ସାହିତ୍ୟ ପ୍ରକାଶନର ନୂତନ ରୂପ ଏବଂ ଧାରାକୁ ବିକଶିତ କରିଛନ୍ତି । ଆନ୍ କାର୍ସନ କାନାଡାର ପ୍ରମୁଖ ସମସାମୟିକ ଲେଖିକାମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ରଚନାରେ କବିତା, ଅନୁବାଦ, ଶାସ୍ତ୍ରୀୟ ସାହିତ୍ୟ ଏବଂ ଆଧୁନିକ ଲେଖା ମଧ୍ୟରେ ସମ୍ୱାଦ ଦେଖିବାକୁ ମିଳେ ।

You might also like