ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି
ଭୁବନେଶ୍ୱର (ରାଜ୍ୟ କାହାଣୀ )ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛି । ଭୁବନେଶ୍ୱର ସ୍ଥିତ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହେଲେ । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କୁକୁମିନା ଦାସଙ୍କୁ PD, R&R, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦାୟିତ୍ବ ପ୍ରଦାନ କରାଯାଇଛି ।ବିଭିନ୍ନ ବିଭାଗରେ ନୂଆ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ଅଭିଜ୍ଞତାକୁ କାମରେ ଲଗାଇ ବିଭାଗୀୟ କାର୍ଯ୍ୟକୁ ଆଗକୁ ନେବେ ବୋଲି ଆଶା କରାଯାଉଛି ।