ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଘରୁ ଖେଳନା ବନ୍ଧୁକ, ୬ ଚୋରା ମୋବାଇଲ ଜବତ

ଦୁଷ୍କର୍ମୀର ଘରୁ ମିଳିଲା ସାଙ୍ଘାତିକ ପ୍ରମାଣ ।  ଦୁଷ୍କର୍ମ ସମୟରେ ପିନ୍ଧିଥିବା କପଡା ଜବତ କଲା ପୋଲିସ ।ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ମିଳିଲା ଅଭିଯୁକ୍ତର ଡ୍ରେସ ସହ ମିଳିଛି କିଛି ଚୋରି ମୋବାଇଲ୍  ।  ଏଥି ସହ ଆଉ ଏକ ଟୟ ଗନ ମଧ୍ୟ ଜବତ କରିଛି ପୋଲିସ ।ତେବେ ଗତ ସେପ୍ଟେମ୍ବର ୩୦ତାରିଖ ସନ୍ଧାରେ ମିଳିଥିବା ଡ୍ରେସ ପିନ୍ଧି ଚୋରି ଉଦ୍ଦେଶ୍ୟ ରେ ପିଡିତା ଘରେ ପଶିଥିଲା ଅଭିଯୁକ୍ତ ।  ପରେ ଏକାକି ସୁଯୋଗ ଦେଖି ପିଡିତାକୁ ଦୁଷ୍କର୍ମ କରିଥିଲା । ଯାହାକୁ ପିନ୍ଧି ସେ ଦିନ ରଚିଥିଲା ଦୁଷ୍କର୍ମ ଘଟଣା ।  ସେହି ଡ୍ରେସ ଏହି ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ହେଉଛି ସାଙ୍ଘାତିକ ପ୍ରମାଣ । ଯାହକୁ ସଂଗ୍ରହ କରିଛି ପୋଲିସ । ଅନ୍ୟପଟେ, ଏକାସାଙ୍ଗରେ ୬ଟି ଚୋରା ମୋବାଇଲ ଓ ଖେଳନା ବନ୍ଧୁକ ଜବତ ହେବା ପରେ ଅଭିଯୁକ୍ତଙ୍କ ପୂର୍ବ ଗତିବିଧି ନେଇ ମଧ୍ୟ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି। ନୟାପଲ୍ଲୀ ପୁଲିସର ଏହି ଚଢ଼ାଉ ଓ ଜବତ ପ୍ରକ୍ରିୟା ମାମଲାର ତଦନ୍ତକୁ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି।

You might also like