କଲେଜ ଛାତ୍ରୀଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ
କେନ୍ଦୁଝର ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଦିନ ଦ୍ୱିପହରରେ ଟେକିନେଇ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି ।କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ଏକ ହୋଟେଲ ଭିତରେ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ନ କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୁଲିସ । ଅଭିଯୁକ୍ତଙ୍କ ନାମ ରଞ୍ଜନ ସେଠୀ ବୋଲି ଜଣା ପଡିଛି । ଗୁରୁବାର ଦିନ ଛାତ୍ରୀ ଜଣକ କଲେଜ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ କୌଣସି ବାହାନା କରି ବସରୁ ଡାକିନେଇ ଶାଳବଣି ଛକରେ ଥିବା ହୋଟେଲକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣକ କୌଣସି ଉପାୟରେ ଘରକୁ ଫେରି, ପରିବାର ଲୋକଙ୍କୁ ଜଣାଇବା ପରେ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ ।