ଆସନ୍ତା ୩ ଦିନ ଶୁଖିଲା ପାଗ, ୫ରୁ ବଦଳିବ ପାଣିପାଗ

ଭୁବନେଶ୍ଵର (ରାଜ୍ୟ କାହାଣୀ )ସକାଳୁ ସକାଳୁ ଟାଇଁ ଟାଇଁ ଖରା। ରାତିରେ ଗରମ କୁ ଗୁଳୁଗୁଳି। ୭ ତାରିଖ ପର୍ଯ୍ୟନ୍ତ ଉଚ୍ଚ ତାପମାତ୍ରା ସହିତ ଅଧିକ ଆଦ୍ରତା ରହିବ।ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।ସେପଟେ ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୩ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ୧୫ ତାରିଖ ବେଳକୁ ଅବପାତ ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ଏନେଇ ଆକଳନ କରାଯାଇଛି । ତେବେ ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ନା ତା’ଠାରୁ ବେଶି ବଳ ଜୁଟାଇବ ତାହା ଏବେଠୁ ଆକଳନ କରିବା ମୁସ୍କିଲ୍ ।

You might also like