INDI ମେଣ୍ଟ ବୈଠକରେ ମଲ୍ଲିକାର୍ଜୁନ ଖଡଗେ ରଖିଲେ ୫ ଦାବି । ଅକ୍ଟୋବର ୨ ରୁ ୮ ପର୍ଯ୍ୟନ୍ତ ଗଣତନ୍ତ୍ର ବଞ୍ଚାଅ ଅଭିଯାନ
ଭାରତରେ ବିରୋଧୀ ରାଜନୈତିକ ଦଳଙ୍କ ସମୂହ ଇଣ୍ଡିମେଣ୍ଟ ବୈଠକ ୩୦ ସେପ୍ଟେମ୍ବର ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଗଡ଼ବଡ଼ ଅଭିଯୋଗକୁ ନେଇ ମିଳିତ ଆନ୍ଦୋଳନ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଛି।ବୈଠକ ପରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ଅକ୍ଟୋବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜିଲ୍ଲା ସ୍ତରରେ “ଗଣତନ୍ତ୍ର ବଞ୍ଚାଅ” ଅଭିଯାନ କରିବେ। ଏହି ସମୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରାଯିବ।ଏହି ବୈଠକରେ କଂଗ୍ରେସ ସଭାପତି ଖଡଗେ ୫ଟି ଦାବି ରଖିଛନ୍ତି। ଏଥିରେ
୧-ଭବିଷ୍ୟତର ନିର୍ବାଚନରେ ଏସଆଇଆର ପୂର୍ବର ଭୋଟର ଲିଷ୍ଟ ବ୍ୟବହାର କରାଯିବା
୨-ଭୋଟର ଲିଷ୍ଟରୁ କୌଣସି ଭୋଟରର ନାମ ହଟିଲେ ଅପିଲର ପ୍ରଭାବୀ ପ୍ରକ୍ରିୟା ରହିବା
୩-ପ୍ରଶାସନିକ ତ୍ରୁଟି ଯୋଗୁ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ବର୍ତ୍ତିବା
୪-ଇଭିଏମ ବଦଳେ ବାଲଟ ପେପର ଭୋଟିଂ
୫- ପ୍ରଥମ ଥର ଭୋଟ ଦେଉଥିବା ଭୋଟର ଙ୍କ ଲାଗି ସହଜ ଓ ସରଳ ଭୋଟର ରେଜିଷ୍ଟ୍ରେସନ
ଇଣ୍ଡି ମେଣ୍ଟର ଏହି ଦାବି ଗତ ସପ୍ତାହରେ ଇଂରାଜୀ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ୍’ ର ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଆସିଛି।