ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି,୬ ରବି ଫସଲର MSP ବୃଦ୍ଧି

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ ଧାରା’କୁ ମଞ୍ଜୁରୀ ପ୍ରଦାନ କରିଛି।ରବି ବିପଣନ ଋତୁ ୨୦୨୭-୨୮ ପାଇଁ ଗହମର ସର୍ବନିମ୍ନ ସହାୟକ ମଲ୍ୟରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏବେ ଗହମର ପ୍ରତି କ୍ୱିଣ୍ଟାଲ ଏମ୍‌ଏସ୍‌ପି ୨୬୧୦ ଟଙ୍କା ହେବ । ଏହି ବୃଦ୍ଧି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବାରେ ସହାୟକ ହେବ ।ବୈଠକରେ ଗହମ, ବୁଟ, ସୋରିଷ, ଯଅ ସମେତ ୬ଟି ରବି ଫସଲର MSP ବୃଦ୍ଧି ପ୍ରସ୍ତାବରେ ଅନୁମୋଦନ ମିଳିଛି।ଏବେ ଗହମର ଏମ୍‌ଏସ୍‌ପି ୨୬୧୦ ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ । ଏହି ମୂଲ୍ୟରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବାଧିକ ୧୦୬ ପ୍ରତିଶତର ନେଟ୍ ପ୍ରଫିଟ୍ ମାର୍ଜିନ୍ ମିଳିବ । ତେବେ ସୋରିଷର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୩୩୬୭ ଟଙ୍କା ତୁଳନାରେ ଏମ୍‌ଏସ୍‌ପି ୭୩୯୦ ଟଙ୍କା ପ୍ରତି କ୍ୱିଣ୍ଟାଲ ରଖାଯାଇଛି । ଏହି ଆଧାରରେ ଚାଷୀଙ୍କୁ ୫୯ ପ୍ରତିଶତର ପ୍ରଫିଟ୍ ମାର୍ଜିନ ସୁନିଶ୍ଚିତ କରାଯାଇଛି ।ମସୁର ଡାଲିର ସୁପାରିଶ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୭,୩୯୦ ଟଙ୍କା, ଯାହାର ଉତ୍ପାଦନ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩,୮୫୪ ଟଙ୍କା । ଚାଷୀମାନଙ୍କୁ ୯୨ ପ୍ରତିଶତ ଲାଭ ହେବ ।ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ସହିତ ଆନ୍ତଃରାଜ୍ୟ ପରିବହନ ପ୍ରଣାଳୀର ବିକାଶ ପାଇଁ କ୍ୟାବିନେଟ୍ ସବୁଜ ଶକ୍ତି କରିଡର ଫେଜ୍-୩ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି । ଏହି ଯୋଜନା ୨୦୨୫ ସୁଦ୍ଧା ୯୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ସ୍ଥାପନ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।

You might also like