ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଛି ବଡ଼ ବୈଠକ, ବିଧାୟକଙ୍କ ସହ ରାଜ୍ୟ ସଭାପତି ଅଛନ୍ତି ସାମିଲ
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ଦଳର ବିଧାୟକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୬୬ ବିଧାୟକ ଉପସ୍ଥିତ ରହିଛନ୍ତି । ରାଜ୍ୟ ସଭାପତିମନମୋହନ ସାମଲ ଉପସ୍ଥିତ ଅଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଏକ ମାସ ଧରି ଚାଲିଥିବା ସେବା ପକ୍ଷ ନେଇ ଆଲୋଚନା କରାଯାଉଛି । ଏହି ବୈଠକରେ ସରକାରଙ୍କ ଆଗାମୀ ଆଭିମୁଖ୍ୟ ନେଇ ହୋଇପାରେ ଚର୍ଚ୍ଚା ଆଲୋଚନା। ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଜନପ୍ରତିନିଧିଙ୍କୁ ନେଇ ପ୍ରସ୍ତୁତ ହୋଇପାରେ ରୋଡ଼ମ୍ୟାପ | ବୈଠକରେ ଶାସକ ଦଳର ଆଗାମୀ ଆଭିମୁଖ୍ୟ ସମ୍ପର୍କରେ ନିଆଯିବ ନିଷ୍ପତ୍ତି ।