ସ୍ବାମୀ ସହିତ ଝଗଡ଼ା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ରାଜ୍ୟ କାହାଣୀ (ଭୁବନେଶ୍ୱର )ସୁନ୍ଦରଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀଙ୍କ ଗଞ୍ଜଣା ସହିନପାରି ଦୁଇ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ ।ସ୍ୱାମୀ ପ୍ରତିଦିନ ମଦ ପିଇ ମହିଳାଙ୍କ ସହ ଝଗଡ଼ା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ପୁନର୍ବାର ସ୍ୱାମୀ ସହ ଝଗଡ଼ା ହେବା ପରେ ଉତ୍ୟକ୍ତ ହୋଇ ଘରେ ଥିବା କୀଟନାଶକକୁ ଥଣ୍ଡା ପାନୀୟରେ ମିଶାଇ ଦୁଇ ଝିଅଙ୍କୁ ପିଆଇବାକୁ ଦେଇଥିଲେ ମହିଳା ଏବଂ ନିଜେ ମଧ୍ୟ ସେହି ବିଷ ପିଇଥିଲେ।ଘରର ଅନ୍ୟ ସଦସ୍ୟମାନେ ଏହା ଦେଖି ତୁରନ୍ତ ମହିଳା ଓ ତାଙ୍କ ଦୁଇ ଝିଅଙ୍କୁ ଏକ ଅଟୋ ଯୋଗେ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

You might also like