ଏଆଇର ଭୁଲ ବ୍ୟବହାର ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ :ବିଲ୍ ଗେଟ୍ସଙ୍କ ପରାମର୍ଶ

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି ଯେ, ଭୁଲ୍ ଲୋକଙ୍କ ହାତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଏତେ ଶକ୍ତିଶାଳୀ ହୋଇପାରେ ଯେ ଏହା ଯୋଗୁଁ ୧୦୦ କୋଟି ଲୋକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ହୋଇପାରେ।ବିଲ୍ ଗେଟ୍ସ ଏକ ସାକ୍ଷାତକାରରେ ଏହି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ AI ଉପକରଣ ଗୁଡ଼ିକୁ କ୍ଷତିକାରକ ବ୍ୟକ୍ତି ମାନଙ୍କ ସହିତ ମିଶ୍ରଣ କରିବା ଯେକୌଣସି ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ । ସେ ଆମେରିକା ସରକାରଙ୍କୁ ଏହି ବିପଦକୁ ଗମ୍ଭୀରତାର ସହ ନେବାକୁ ଅନୁରୋଧ କରିଛନ୍ତି ।ଗେଟ୍ସ ଆମେରିକା ସରକାରଙ୍କୁ AI ଉପରେ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, କେବଳ କମ୍ପାନୀଗୁଡ଼ିକର ନିୟନ୍ତ୍ରଣ ଯଥେଷ୍ଟ ନୁହେଁ। ସରକାରୀ ନଜରଦାରୀ ଏବଂ ନିୟମ ଲାଗୁ କରିବା ଆବଶ୍ୟକ। ଅଗଷ୍ଟରେ ପ୍ରକାଶିତ ତାଙ୍କ ଏକ ଲେଖାରେ ମଧ୍ୟ ଗେଟ୍ସ AIର ତିନୋଟି ବଡ଼ ବିପଦ ବିଷୟରେ ଉଲ୍ଲେଖ କରିଥିଲେ।ଆମେରିକାରେ ହାଲୁକା ଭୋକ ଲାଗିଲେ କ’ଣ ଖାଇବେ, ଏହାର ଉତ୍ତର ଏବେ ଲୋକେ AIଠାରୁ ମଧ୍ୟ ମାଗୁଛନ୍ତି। ଗ୍ରାହକମାନେ ନିର୍ଦ୍ଦିଷ୍ଟ କୌଣସି ଉତ୍ପାଦ ଖୋଜିବା ପରିବର୍ତ୍ତେ ଅଧିକ ପ୍ରୋଟିନ୍ କିମ୍ବା ଫାଇବର୍ ଥିବା ସ୍ନାକ୍ସର ବିକଳ୍ପ ବିଷୟରେ AIକୁ ପଚାରୁଛନ୍ତି। ଖାଦ୍ୟ କମ୍ପାନୀ କୋନାଗ୍ରା ବ୍ରାଣ୍ଡସ୍‌ର ମତରେ, ଏହି ପରିବର୍ତ୍ତନ ଅଧିକ ପ୍ରୋଟିନ୍, ଚଟପଟା ସ୍ୱାଦ ଏବଂ ବିଶେଷ ସ୍ୱାସ୍ଥ୍ୟ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ଉତ୍ପାଦର ଚାହିଦା ବଢ଼ାଇବାରେ ସହାୟକ ହେଉଛି।

You might also like