SBI ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ୩୦ ପର୍ଯ୍ୟନ୍ତ ଏଟିଏମ୍‌ ଚାର୍ଜ ଦେବାକୁ ….

ସେପ୍ଟେମ୍ବର ୨୮ ଅର୍ଥାତ ସୋମବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିଆୟୁ) ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତୁ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତାବ ଦେଇଛି । ଅନ୍ୟପଟେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI (ଭାରତୀୟ ଷ୍ଟେଟ ବ୍ୟାଙ୍କ) ଏକ ବଡ଼ ଘୋଷଣା କରିଛି।ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ, ସେପ୍ଟେମ୍ୱର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କର ଏଟିଏମ (ATM)ରୁ ଟଙ୍କା ଉଠାଇବା ଉପରେ ଗ୍ରାହକଙ୍କଠାରୁ କୌଣସି ଶୁଳ୍କ (Charge) ନିଆଯିବ ନାହିଁ।ସାଧାରଣତଃ ଯେତେବେଳେ ଆପଣ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମ (ଯେପରିକି HDFC, ICICI କିମ୍ୱା PNB)ରୁ ଏକ ର୍ନିଦ୍ଦିଷ୍ଟ ସୀମା ପରେ ଟଙ୍କା ଉଠାନ୍ତି, ସେତେବେଳେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ବା ଏଟିଏମ ଫି ଦେବାକୁ ପଡ଼ିଥାଏ।

କିନ୍ତୁ ସେପ୍ଟେମ୍ୱର ୨୮, ୨୯ ଏବଂ ୩୦ ତାରିଖରେ ଧର୍ମଘଟ ଯୋଗୁଁ SBI ଗ୍ରାହକମାନେ ଦେଶର ଯେକୌଣସି ବ୍ୟାଙ୍କର ଏଟିଏମ (Non-SBI ATMs)ରୁ ଯେତେ ଥର ଚାହିଁବେ ମାଗଣାରେ ଟଙ୍କା ଉଠାଇପାରିବେ। ଏହି ସମୟ ମଧ୍ୟରେ ଆପଣଙ୍କଠାରୁ କୌଣସି ଅତିରିକ୍ତ ଟ୍ରାଞ୍ଜାକସନ ଚାର୍ଜ ଆଦାୟ କରାଯିବ ନାହିଁ।

You might also like