ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ
ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା – ୨୦୨୬ର ପ୍ରସିଦ୍ଧ ଆଜ୍ଞା ଲଡୁ ନିଲାମ ଶେଷ ହୋଇଛି।ଚଳିତ ବର୍ଷ ପ୍ରଭୁଗଜାନନଙ୍କ ଏହି ବିଶାଳକାୟ ୪୦୦୦ କେଜି (୪ ଟନ) ଓଜନର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା କରି ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଏକ ଟ୍ରକରେ ଏହି ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା ।ପରେ ପରେ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନିଲାମ ଡ଼କାଯାଇଥିଲା । ଏକ ଲକ୍ଷରୁ ନିଲାମ ଡାକରା ଆରମ୍ଭ ହୋଇଥିବା ବେଳେ ୧୭ ଲକ୍ଷ ଟଙ୍କାରେ ଡାଇମଣ୍ଡ ଗ୍ରୁପ ଏହାକୁ ନିଲାମରେ ନେଇଥିଲେ । ନିଲାମ ଡାକରାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ ।