ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି

ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ରାଜ୍ୟ ସରକାର କହିଛନ୍ତି ।ମାମଲାରେ ରାଜ୍ୟ ସରକାରଙ୍କ ସହ ଆବେଦନକାରୀ ପକ୍ଷ ମଧ୍ୟ ନିଜ ନିଜ ପକ୍ଷ ରଖିଛନ୍ତି । ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଡିଜିପି ନିଯୁକ୍ତି ମାମଲାର ଶୁଣାଣି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ତେବେ ଖଣ୍ଡପୀଠରେ ଉଭୟ ପକ୍ଷର ଜୋରଦାର ବିତର୍କ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଛି । କୋର୍ଟଙ୍କ ପକ୍ଷରୁ ମୌଖିକ ଭାବେ କୁହାଯାଇଛି ଯେ ଆସନ୍ତା ମଙ୍ଗଳବାର ପୁଣି ରାଜ୍ୟ ସରକାରଙ୍କ ବାକି ରହିଥିବା ଯୁକ୍ତି ଶୁଣାଯିବ। ଅଦାଲତଙ୍କ ଲିଖିତ ନିର୍ଦ୍ଦେଶନାମା ଆସିବା ପରେ ପରବର୍ତ୍ତୀ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ତାରିଖ ସ୍ପଷ୍ଟ ହେବ।

You might also like