ଏବେ ଖାଇବା ତେଲ ହେବ ଶସ୍ତା! ଆଜିଠୁ ଲାଗୁ ହେବ ନୂଆ ଦର

ଏଥର ପର୍ବ ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସୋୟାବିନ୍‌, ପାମ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ କମାଇ ଦିଆଯାଇଛି। ଫଳରେ ଆଗାମୀ ଦିନରେ ବଜାରରେ ଖାଇବା ତେଲର ଦାମ କମିପାରେ ବୋଲି ଆଶା କରାଯାଉଛି।  ପର୍ବ ଋତୁରେ ଖାଇବା ତେଲର ଚାହିଦା ବଢ଼ିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବେସିକ୍‌ କଷ୍ଟମ୍‌ ଡ୍ୟୁଟି (BCD)ରେ ବଡ଼ ହ୍ରାସ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିଫିକେସନ୍‌ ଅନୁଯାୟୀ, କଚ୍ଚା ସୋୟାବିନ୍‌ ତେଲ ଓ କଚ୍ଚା ପାମ୍‌ ତେଲ ଉପରେ ବିସିଡିକୁ ୧୦ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି। ସେହିପରି କଚ୍ଚା ସୂର୍ଯ୍ୟମୁଖୀ ତେଲ ଉପରେ ଥିବା ୧୦ ପ୍ରତିଶତ ବିସିଡିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।ରିଫାଇନ୍ଡ ସୋୟାବିନ୍‌ ଓ ପାମ୍‌ ତେଲ ଉପରେ ବିସିଡି ୩୨.୫ ପ୍ରତିଶତରୁ ୨୭.୫ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପଟେ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ ଉପରେ ଶୁଳ୍କ ୩୨.୫ ପ୍ରତିଶତରୁ ସିଧାସଳଖ ୨୨.୫ ପ୍ରତିଶତକୁ କମାଯାଇଛି।

You might also like