ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ
ରାଜ୍ୟ କାହାଣୀ (ଭୁବନେଶ୍ୱର) ଭୁବନେଶ୍ୱରରେ ଆନ୍ତର୍ଜାତୀୟ ଆତିଥେୟତାର ନୂଆ ଅଧ୍ୟାୟ l ଦୈନନ୍ଦିନ ଜୀବନରେ ସୁସ୍ଥତା, ସନ୍ତୁଳନ ଓ ଦୀର୍ଘାୟୁକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ବିଶ୍ୱସ୍ତରୀୟ ହୋଟେଲ ବ୍ରାଣ୍ଡ ନୋଭୋଟେଲ ରାଜଧାନୀ ଭୁବନେଶ୍ୱରରେ ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୋଭୋଟେଲ ଭୁବନେଶ୍ୱର ଜନପଥର ଶୁଭାରମ୍ଭ ସହ ମନ୍ଦିର ମାଳିନୀ ସହର ରେ ପ୍ରଥମ ଥର ପାଇଁ ପ୍ରବେଶ କରିଛି ଆନ୍ତର୍ଜାତୀୟ ହସ୍ପିଟାଲିଟି ଗ୍ରୁପ୍ ଆକୋର lଏହା କେବଳ ଏକ ନୂଆ ହୋଟେଲର ଆଗମନ ନୁହେଁ, ବରଂ ଭୁବନେଶ୍ୱରର ଆତିଥେୟତା କ୍ଷେତ୍ରରେ ଏକ ନୂଆ ମାନଦଣ୍ଡର ଆରମ୍ଭ। ନୋଭୋଟେଲ ଭୁବନେଶ୍ୱର ସହରର ପ୍ରଥମ ଆନ୍ତର୍ଜାତୀୟ ବ୍ରାଣ୍ଡେଡ୍ ହସ୍ପିଟାଲିଟି ଡେଷ୍ଟିନେସନ୍ ଭାବେ ବ୍ୟବସାୟ, ପର୍ଯ୍ୟଟନ ଓ ସାଂସ୍କୃତିକ ପରିଚୟକୁ ବିଶ୍ୱସ୍ତରୀୟ ଆତିଥେୟତା ସହ ଯୋଡ଼ିବାର ନୂଆ ସୁଯୋଗ ସୃଷ୍ଟି କରିଛି। ସହିଦ୍ ନଗର ଜନପଥରେ ଏହାକୁ ବୁଧବାର ଶୁଭାରମ୍ଭ କରାଯାଇଛି lଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ ଓ ପର୍ଯ୍ୟଟନ ସ୍ଥଳ ଗୁଡିକ ସହ ଉନ୍ନତ ଯୋଗାଯୋଗ ରହିଥିବା ଅଞ୍ଚଳରେ ନୋଭୋଟେଲ ଭୁବନେଶ୍ୱର ଜନପଥ ଅବସ୍ଥିତ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ରେଳ ଷ୍ଟେସନ, କଳିଙ୍ଗ ଷ୍ଟାଡିୟମ ସମେତ ସହରର ପ୍ରମୁଖ ବାଣିଜ୍ୟିକ ଅଞ୍ଚଳ ଓ ଐତିହ୍ୟସ୍ଥାନଗୁଡ଼ିକ ଏଠାରୁ ସହଜରେ ପହଞ୍ଚିହେବ। ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ମଧ୍ୟ ହୋଟେଲ ନିକଟରେ ରହିଛି। ଏହା ଫଳରେ ବ୍ୟବସାୟିକ ଓ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଭୁବନେଶ୍ୱର ଆସୁଥିବା ଅତିଥିମାନଙ୍କ ପାଇଁ ହୋଟେଲଟି ସୁବିଧାଜନକ ହୋଇପାରିବ।
ନୋଭୋଟେଲ ଭୁବନେଶ୍ୱରରେ ମୋଟ ୧୧୮ଟି ରୁମ୍ସ ଓ ସୁଇଟ୍ ରହିଛି। ଆଧୁନିକ ଡିଜାଇନ୍ ଓ ଆବଶ୍ୟକ ସୁବିଧା ସହିତ ଏହି ରୁମ ସବୁକୁ ପ୍ରସ୍ତୁତ କରାଯାଇଛି। ସୁପିରିୟର ଓ ଏକ୍ସିକ୍ୟୁଟିଭ୍ ରୁମ୍ ସହିତ ଦୀର୍ଘ ସମୟ ରହିବା ଏବଂ ପରିବାର ସହ ଯାତ୍ରା କରୁଥିବା ଅତିଥିଙ୍କ ପାଇଁ ବଡ଼ ସୁଇଟ୍ର ବ୍ୟବସ୍ଥା ମଧ୍ୟ ଏଠାରେ ରହିଛି। ଆଧୁନିକ ସୁବିଧା, ଉନ୍ନତ ଇଣ୍ଟରନେଟ୍ ସଂଯୋଗ ଓ ଆରାମଦାୟକ ପରିବେଶ ଏହାର ମୁଖ୍ୟ ବିଶେଷତା।ହୋଟେଲରେ ପ୍ରାୟ ୧୨,୦୦୦ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ସାମାଜିକ ଓ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନ ରହିଛି। ବିବାହ, କର୍ପୋରେଟ୍ କାର୍ଯ୍ୟକ୍ରମ, ସମ୍ମିଳନୀ, ବୈଠକ ଓ ବିଭିନ୍ନ ସାମାଜିକ ଉତ୍ସବ ପାଇଁ ଏଠାରେ ବିଭିନ୍ନ ପ୍ରକାରର ଭେନ୍ୟୁ ଉପଲବ୍ଧ। ଛୋଟ ଅନୁଷ୍ଠାନଠାରୁ ଆରମ୍ଭ କରି ବଡ଼ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ଏହି ସ୍ଥାନଗୁଡ଼ିକୁ ଡିଜାଇନ୍ କରାଯାଇଛି।
ହୋଟେଲର ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ମଧ୍ୟ ଏହାର ଅନ୍ୟତମ ଆକର୍ଷଣ। ଫୁଡ୍ ଏକ୍ସଚେଞ୍ଜ୍ ହେଉଛି ହୋଟେଲର ଅଲ୍-ଡେ ଡାଇନିଂ ରେଷ୍ଟୁରାଣ୍ଟ। ଏଠାରେ ବିଭିନ୍ନ ଅନ୍ତର୍ଜାତୀୟ ଖାଦ୍ୟ ସହ ଆଞ୍ଚଳିକ ଖାଦ୍ୟର ସ୍ୱାଦ ମଧ୍ୟ ମିଳିବ।ଟି ଆଣ୍ଡ ଟୋନିକ୍ ଏକ ଆରାମଦାୟକ ସ୍ଥାନ, ଯେଉଁଠାରେ ଅତିଥିମାନେ ବିଭିନ୍ନ ପାନୀୟ ଓ ହାଲୁକା ଖାଦ୍ୟ ସହ ସମୟ ବିତାଇପାରିବେ। ସେହିପରି ଇ 20 ଇଷ୍ଟ ଏସେନ୍ସ, ପ୍ୟାନ ଏସିଆନ କିଚେନ୍ ଆଣ୍ଡ ବାରରେ ବିଭିନ୍ନ ଏସିଆନ୍ ଖାଦ୍ୟର ସ୍ୱାଦ ମିଳିବ। ଏହା ଦ୍ଵାରା ରାଜଧାନୀ ଭୁବନେଶ୍ୱରରେ ଏକ ନୂଆ ଡାଇନିଂ ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛି।ନୋଭୋଟେଲର ‘ମୁଭ୍’ ଧାରଣା ଅନୁଯାୟୀ ହୋଟେଲରେ ଆଧୁନିକ ଫିଟନେସ୍ ସେଣ୍ଟର ଓ ଅବସର ବିନୋଦନ ପାଇଁ ସୁବିଧା ମଧ୍ୟ ରହିଛି। ଏହା ମାଧ୍ୟମରେ ଯାତ୍ରା ସମୟରେ ମଧ୍ୟ ଅତିଥିମାନେ ନିଜ ଫିଟନେସ୍ ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇପାରିବେ।ନୋଭୋଟେଲ ଭୁବନେଶ୍ୱର ଜନପଥର ଜେନେରାଲ ମ୍ୟାନେଜର ନୀଲାଭ ସହାୟ କହିଛନ୍ତି, “ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ବ୍ୟବସାୟିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି ବିକାଶ ଯାତ୍ରାର ଅଂଶ ହୋଇପାରିଥିବାରୁ ଆମେ ଗର୍ବିତ। ଆଧୁନିକ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୋଭୋଟେଲ ଭୁବନେଶ୍ୱର ଜନପଥକୁ ପ୍ରସ୍ତୁତ କରାଯାଇଛି। ସର୍ବୋତ୍ତମ ସେବା, ବିଭିନ୍ନ ପ୍ରକାରର ମିଟିଂ ସ୍ପେସ୍ ଓ ଉନ୍ନତ ରହଣି ଅନୁଭୂତି ଏହାର ମୁଖ୍ୟ ବିଶେଷତା। ଏହି ଶୁଭାରମ୍ଭ ଅଞ୍ଚଳରେ ଆକୋରର ଉପସ୍ଥିତିକୁ ଆହୁରି ମଜବୁତ କରିବା ସହ ପୂର୍ବ ଭାରତର ବିକାଶ ପ୍ରତି ଆମର ପ୍ରତିବଦ୍ଧତାର ପରିପ୍ରକାଶ କରୁଛି।”ଏହି ହୋଟେଲ ଭୁବନେଶ୍ୱରର ବଢ଼ୁଥିବା ବ୍ୟବସାୟ, ପର୍ଯ୍ୟଟନ, ସମ୍ମିଳନୀ ଓ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରକୁ ନୂଆ ସୁବିଧା ଯୋଗାଇବା ସହ ସହରର ଆତିଥ୍ୟ ଶିଳ୍ପକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହେବ।