ରାତି ହେଲେ ଅନ୍ଧାର ହେଉଛି ରାଜଧାନୀ।ସହରର ଏଭଳି ସ୍ଥିତିକୁ ନେଇ TPCODL ଉପରେ ବର୍ଷିଛନ୍ତି ମେୟର
ଭୁବନେଶ୍ୱର(ରାଜ୍ୟ କାହାଣୀ)ଭୁବନେଶ୍ୱର ମହାନଗର ନିଗମର ୪୪ ତମ ସାଧାରଣ ବୈଠକ ଶେଷ ହୋଇଥିବା ବେଳେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସହରରେ ଦେଖାଯାଉଥିବା ଅନ୍ଧାର ସ୍ଥିତିକୁ ନେଇ ହୋ ହାଲ୍ଲା କରିଥିଲେ କର୍ପୋରେଟର । ଅଧା ଠୁ ଅଧିକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଖରାପ ହୋଇଥିବା ବେଳେ ସହରର ଆଲୋକୀକରଣ ପୁରା ବ୍ୟପର୍ଯ୍ୟସ୍ତ ହୋଇପଡିଛି।ରାଜଧାନୀରେ ବରମୁଣ୍ଡାରୁ ଆରମ୍ଭ କରି ପଟିଆ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଅଭିଯୋଗ ବିଦ୍ୟୁତ୍ କାଟକୁ ନେଇ । ଅନ୍ତତଃ ଜନଅସନ୍ତୋଷ ତୀବ୍ର ହେବା ପୂର୍ବରୁ ବିଭାଗ ଏହାର ସମାଧାନ କରୁ । ଭିତ୍ତଭୂମିରେ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ଯଦି କିଛି ଅସୁବିଧା ରହିଛି ତେବେ ତାକୁ ଶୀଘ୍ର ଦୂର କରାଯାଉ ।ଏହି ହଙ୍ଗାମା ପରେ ନେଇ ମେୟର କହିଛନ୍ତି ‘‘ବିଦ୍ୟୁତ ବିଭାଗ ସମସ୍ୟାର ତ୍ବରିତ ସମାଧାନ ବର୍ତ୍ତମାନ ହୋଇପାରିବ ନାହିଁ । ଏଥିପାଇଁ ପ୍ରାୟ ୨ ମାସ ସମୟ ଲାଗିଯିବ। ଭୁବନେଶ୍ବର ପାଇଁ ଦୁଇଟି ସଂସ୍ଥା ଇ ସ୍ମାର୍ଟ ଓ ନିଭକୁ ଦାୟିତ୍ବ ଦିଆଯାଇଥିଲା । ନିଭ କୌଣସି ପ୍ରକାର କାମ କଲା ନାହିଁ। ୨୭୦୦୦ ଲାଇଟ୍ ସେମାନଙ୍କ ପାଖରେ ଥିଲା ଯେଉଁଥିପାଇଁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ବର୍ତ୍ତମାନ ନୂଆ ଟେଣ୍ଡର ଦିଆଯାଇଛି। କିନ୍ତୁ TPCODL ପୋଲ ଗୁଡିକର ମରାମତିରେ ଖର୍ଚ୍ଚ କରୁନାହାନ୍ତି । ପୋଲ ,ସବଷ୍ଟେସନ୍ ମରାମତି କରୁନାହାନ୍ତି । ନିଜେ ବୁଲି ସମସ୍ୟା ଦେଖିବା କଥା କିନ୍ତୁ ନିଜ ଦାୟିତ୍ୱ କରୁନାହାନ୍ତି। ବିପଦ ସଂକୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ୍ ଖୁଣ୍ଟଗୁଡିକୁ ଟିପିସିଡିଓଏଲ ତୁରନ୍ତ ପରିବର୍ତ୍ତନ କରିବା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ଯେଉଁ ଅଂଚଳରେ ବିଦ୍ୟୁତ୍ ଆଲୋକ ଜଳୁ ନାହିଁ, ସେଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ବିଏମସିର ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି’’ ।