ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର (ରାଜ୍ୟ କାହାଣୀ )ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଆଧାର କରି ବିଭିନ୍ନ ଜିଲ୍ଲାରେ ଆଗୁଆ ସ୍କୁଲ ଛୁଟି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ ଜଗତ୍‌ସିଂହପୁର, ଗଞ୍ଜାମ,ମାଲକାନଗିରି, ଗଜପତି ଜିଲ୍ଲାରେ ମଙ୍ଗଳବାରଠୁ ୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି ।ଖୋର୍ଦ୍ଧାରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ, ଶିଶୁ ବାଟିକା ଇତ୍ୟାଦି ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପାଇଁ ୩ ଦିନିଆ ଛୁଟି ଘୋଷଣା କରାଯାଇଛି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବର୍ଷାଜନିତ ସମସ୍ୟାକୁ ନଜରରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି । ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଆଜିଠୁ ୨୪ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛି ଜିଲ୍ଲା ଶିକ୍ଷା ବିଭାଗ । କେବଳ ଏତିକି ନୁହେଁ ପୁରୀରେ ମଧ୍ୟ ରୋଷ୍ଟର ଡ୍ୟୁଟି ସହ ଆଲର୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସ୍କୁଲ କୋଠା ଖୋଲା ରଖିବା ସହ ସତର୍କ ରହିବାକୁ ଚିଠି ହୋଇଛି ।

You might also like