ଓଡିଶା ଆଡକୁ ମୁହାଁଉଛି ସାମୁଦ୍ରିକ ବାତ୍ୟା – IMD
ଭୁବନେଶ୍ୱର (ରାଜ୍ୟ କାହାଣୀ )ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୂପ ନେବାକୁ ଯାଉଛି, ଏହା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ବୁଲେଟିନ୍ ଅନୁସାରେ, ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ଓଡିଶା ଆଡକୁ ମୁହାଁଉଛି । ରାଜ୍ୟର ଦକ୍ଷିଣ ଉପକୂଳରେ ଏହା ଲ୍ୟାଣ୍ଡଫଲ୍ କରିପାରେ । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶାରେ ସ୍ଥଳ ଭାଗ ଛୁଇଁବା ନେଇ ଅଧିକ ସମ୍ବାବନା ରହିଛି । ଗଭୀର ଅବପାତର ରୂପ ନେଇ ସ୍ଥଳଭାଗ ଛୁଇଁବ । ଆସନ୍ତା ୨୪ ତାରିଖ ରାତି ବା ମଙ୍ଗଳବାର ମଧ୍ୟରାତ୍ରରେ ଗଭୀର ଅବପାତ ଉପକୂଳ ଛୁଇଁବ । ତେବେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ଉଦୟପୁର କୀର୍ତ୍ତିଆନରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲା ମତ୍ସ୍ୟ ବିଭାଗ । ୨୩ ତାରିଖ ଯାଏଁ ସମୁଦ୍ର ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି ।