ନବନିର୍ମାଣ ଯୁବଛାତ୍ର ସଂଗଠନର ସତ୍ୟାଗ୍ରହ ଓ ଅନଶନକୁ ଦିଲ୍ଲୀରୁ କକ୍ରୋଚ ଜନତା ପାର୍ଟିର ସମର୍ଥନ


ଭୁବନେଶ୍ବର, ରାଜ୍ୟ କାହାଣୀ: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜାରିରହିଥିବା ଅନୁର୍ଦ୍ଦିଷ୍ଟକାଳୀନ ଅନଶନ ଓ ସତ୍ୟାଗ୍ରହକୁ ସମର୍ଥନ କରି ସଂଗଠନ ପକ୍ଷରୁ ଆଗାମୀ ସେପ୍ଟେମ୍ବର ୨୧ ତାରିଖରେ କକ୍ରୋଚ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସିଜେପିର ସହ-ପ୍ରତିଷ୍ଠାତା ସୌରଭ ଦାସ ସତ୍ୟାଗ୍ରହରେ ଯୋଗଦେବେ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ ଏବଂ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ଲୋୟର ପିଏମଜି ଅନଶନ ସ୍ଥଳରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଯୁବଛାତ୍ର ରାଜ୍ୟ ସଂଯୋଜକ ଏମ୍. ଡ଼ି ମନଓ୍ବର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୩୧ ଦିନରେ ସତ୍ୟାଗ୍ରହ ଏବଂ ପ୍ରତିଷ୍ଠାତା ଶ୍ରୀ କୁମାରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆଜି ୧୪ ଦିନରେ ପହଞ୍ଚିଛି। ସଂଗଠନ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଜାରି ରହିଥିବା ଅନିର୍ଦ୍ଧିଷ୍ଟକାଳୀନ ଅନଶନ ଓ ସତ୍ୟାଗ୍ରହ ପ୍ରସଙ୍ଗରେ ସରାକାର ଏପର୍ଯ୍ୟନ୍ତ ନିରବ। ନାଁ ଆଲୋଚନାକୁ ଆସୁଛନ୍ତି ନାଁ ଏହାକୁ ସାମାଧାନ କରିବା ପାଇଁ ଚାହୁଁଛନ୍ତି। ସତ୍ୟାଗ୍ରହ ସ୍ଥଳ ଠାରୁ ମାତ୍ର କିଛି ଦୂରରେ ମୁଖ୍ୟମନ୍ତ୍ରୀଙ୍କ ଘର। ଅନଶନକାରୀଙ୍କ ପ୍ରତିଟି ସ୍ବର ରାଜ୍ୟ ମୁଖିଆଙ୍କ କାନରେ ନିଶ୍ଚୟ ପଡ଼ୁଥିବ। ଅଥଚ୍ ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ବିଭାଗ ନିଦା ବିଷ୍ଣୁ ହୋଇ ନିଜର ସାମ୍ବିଧାନିକ ଅଧିକାରକୁ ପାଳନ ନକରି ନିଜ ଗାରିମାର କ୍ଷୁର୍ଣ୍ଣ କରୁଛନ୍ତି। କିନ୍ତୁ ନିଜର ନୈତିକ ଦାୟିତ୍ବ ପାଳନ କରିବାରେ ମୁଖ୍ୟମନ୍ତ୍ରୀ ଅସମର୍ଥ। ଯାହାଫଳରେ ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଟା ଯେପରି ସଂପୂର୍ଣ୍ଣ ଅକାମୀ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ସରକାର ବ୍ୟତିବ୍ୟସ୍ତ ହେଉନାହାଁନ୍ତି। ରାଜ୍ୟ ପ୍ରଶାସନ ସକରାତ୍ମକ ମନୋଭାବ ନେଇ ଆଲୋଚନା କରୁନାହାଁନ୍ତି। ସରକାରଙ୍କ ନୈତିକ ଦାୟିତ୍ବ ସେମାନେ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ କାମ କରିବା କଥା। ସରକାର ତାଙ୍କର ନୈତିକ ଦାୟିତ୍ବ ପାଳନରେ ବିଫଳ ହେବାରୁ କ୍ରିୟାଶୀଳ ସଶକ୍ତ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ ଅନଶନ ଓ ସତ୍ୟାଗ୍ରହକୁ ଓହ୍ଲାଇଛନ୍ତି। ଏହି ୬ ଦଫା ଦାବୀକୁ ନେଇ ଅଗଷ୍ଟ ୨୦ ତାରିଖରୁ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଥିଲେ। ଏହା ପରେ ସେ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ୧୮ଦିନ ଅନଶନ କରି ସମାପ୍ତ କରିବା ପରେ ସେହି ସେପ୍ଟେମ୍ବର ୬ ତାରିଖରୁ ୧୪ ଦିନ ହେଲା ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ସେହି ସତ୍ୟାଗ୍ରହ ସ୍ଥାନରେ ବସିରହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ସେ ପର୍ଯ୍ୟନ୍ତ ଶ୍ରୀ କୁମାର ତାଙ୍କ ଅନଶନ ଚାଲୁରଖିବେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହା ଆମ ଛାତ୍ରଙ୍କ ଭବିଷ୍ୟତର କଥା। ଏହି ଅନଶନ ଓ ସତ୍ୟାଗ୍ରହକୁ ସମର୍ଥନ କରି ଆଗାମୀ ସେପ୍ଟେମ୍ବର ୨୨ ତାରିଖରେ ଉପରୋକ୍ତ ଦାବୀକୁ ନେଇ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ଏଥିରେ ସମସ୍ତ ଛାତ୍ରଛାତ୍ରୀ, ଯୁବକ, ଅଭିଭାବକ, ଚାଷୀ, ମୂଲିଆ, ମଜଦୁର ସମସ୍ତ ବିରୋଧି ରାଜନୈତିକ ଦଳ, ବୁଦ୍ଧିଜୀବୀ ଇତ୍ୟାଦିଙ୍କୁ ଅଂଶଗ୍ରହଣ କରିବା ପାଇଁ ନିବେଦନ କରୁଛୁ।
ଆଜିର ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସହିତ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ, ବରିଷ୍ଠ କୃଷକ ନେତା ସୁରେନ୍ଦ୍ର ମହାରଣା, କେନ୍ଦ୍ରାପଡ଼ାର ଅକୃର ପଲାଇ, ନକୁଳ ଚରଣ ସାହୁ, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ଭୁବନେଶ୍ବର ଯୁବଛାତ୍ର ସଭାପତି ଅମିତି ଜେନା, ସ୍ମୃତି ରଂଜନ ସାମଲ, ଏମ.ଡ଼ି ମନଓ୍ବର, ଏସ.କେ ହେଦାଇ, ଜୟନ୍ତ ଗୋସ୍ବାମୀ, ଗଞ୍ଜାମ ଛାତ୍ର ନେତା ଗଣେଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

You might also like