ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର- ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ପ୍ରାୟ ଆସନ୍ତା ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବ ଶ୍ରୀଗୁଣ୍ଡିଚା ମନ୍ଦିର। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ସେ କହିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର କୁ ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଛୋଟ ଶିଶୁଙ୍କ ପାଇଁ ଏହି ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଭକ୍ତମାନେ କେବଳ ଏବେ ଆଡ଼ପ ମଣ୍ଡପକୁ ଦର୍ଶନ କରିପାରିବେ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନ ବୁଲିବା ପାଇଁ ଅନୁମତି ଦିଆଯିବ।ସେପଟେ କୋଠ ଭୋଗ ଓ ବରାଦି ଭୋଗ ପାଇଁ ରୋଷଘରକୁ ପ୍ରତିଦିନ ୧୦୦ ରୁ ୧୨୦ କ୍ୱିଣ୍ଟାଲ କାଠ ଦରକାର ହେଉଛି । କାର୍ତ୍ତିକ ମାସ ବା ପର୍ବପର୍ବାଣିରେ ଏହି ପରିମାଣ ୧୮୦ ରୁ ୨୦୦ କ୍ୱିଣ୍ଟାଲ୍‌କୁ ବୃଦ୍ଧି ପାଇଥାଏ । ବାହାରୁ ଚଢ଼ା ଦରରେ କାଠ କିଣିବା ଯୋଗୁଁ ମହାପ୍ରସାଦ ଦର ବଢ଼ିବାର ଆଶଙ୍କା ଦେଖାଦେଇଥିଲା । ତେବେ ଗୋଟିଏ ପଟେ ଜାଳେଣି ସମସ୍ୟା ଲାଗି ରହିଥିବାବେଳେ, ଅନ୍ୟପଟେ ରଥ କାଠ ପାଇଁ ପୂର୍ବରୁ ହୋଇଥିବା ୧୬ଟି ବନ ପ୍ରକଳ୍ପକୁ ମାଟିରେ ମିଶାଇ ଦିଆଯାଇଥିଲା । ବିଧାନସଭା ତଥ୍ୟ କହୁଛି, ଗତ ୫ ବର୍ଷରେ ଗୋଟିଏ ବି ଚାରା ଲାଗିପାରି ନଥିଲା । ତେବେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବ୍ୟାପକ ବନୀକରଣ ଉପରେ ଏବେ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ଓ ସରକାରୀ ଜମିରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଫୋକସ କରାଯାଇଛି ।

You might also like