ଏବେଠୁ ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟକୁ ନାଁ ! ପେଟ୍ରୋଲ ପମ୍ପରେ ଲାଗିଲା ପୋଷ୍ଟର୍
କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ୍ ଉପରେ ୦.୪ ପ୍ରତିଶତର ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଏହା ଲାଗୁ ହେବ । ରାଜସ୍ଥାନର ଅଲଓ୍ୱରରେ ଦେଖିବାକୁ ମିଳିଛି ଯେ ଅନେକ ପେଟ୍ରୋଲ ପମ୍ପରେ କ୍ୟାସ୍ ପେମେଣ୍ଟର ପୋଷ୍ଟର ଲାଗିଛି । ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ପହଁଚୁଥିବା ଗ୍ରାହକଙ୍କୁ ସିଧାସଳଖ ୨ ହଜାରରୁ ଅଧିକ ଫିଲିଂରେ କ୍ୟାସ୍ ଦେବାକୁ କୁହାଯାଉଛି । ଏପରିକି ଅନଲାଇନ୍ ପେମେଣ୍ଟ ନେବାକୁ ସେମାନେ ମନା କରି ଦେଉଛନ୍ତି ।ଅକ୍ଟୋବରରୁ ଲାଗୁ ହେବାକୁ ଥିବା ୟୁପିଆଇ ଏମଡିଆରକୁ ନେଇ କିଛି ଖାସ୍ ନିର୍ଦ୍ଦେଶନାମା ଆସିନାହିଁ । କିନ୍ତୁ ଅନେକ କ୍ୟାଶ୍ ନେବା ଆରମ୍ଭ କରିଦେଲେଣି । ଏନେଇ ଲୋକଙ୍କୁ ଜଣାଇ ଦିଆଯାଇଥିବା ପମ୍ପ୍ ମାଲିକ ପ୍ରକାଶ କରିଛନ୍ତି ।