ଆଜିଠୁ ଭାରତରେ iPhone 18 Pro ବିକ୍ରି, ଷ୍ଟୋର୍ ବାହାରେ ଗ୍ରାହକଙ୍କ ଭିଡ଼

ଟେକ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତରେ ଆପଲ୍ର ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhone 18 Pro ଏବଂ iPhone 18 Pro Maxର ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। । ମୁମ୍ବାଇର BKC ସ୍ଥିତ Jio World Drive ଆପଲ୍ ଷ୍ଟୋର୍, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରଗୁଡ଼ିକରେ ଥିବା ଷ୍ଟୋର୍ ବାହାରେ ନୂଆ ଆଇଫୋନ୍ କିଣିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାତି ୧୦ଟାରୁ ଲୋକଙ୍କୁ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାହକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆପଲ୍ ର ଫ୍ଲାଗସିପ୍ ଷ୍ଟୋର୍ ଗୁଡ଼ିକ ସକାଳ ୮ଟାରୁ ଖୋଲାଯାଇଛି ।

ଭାରତରେ iPhone 18 Pro ର ପ୍ରାରମ୍ଭିକ ମୂଲ୍ୟ ୧,୬୪,୯୦୦ ଟଙ୍କା ରଖାଯାଇଛି । iPhone 18 Pro Max ର ପ୍ରାରମ୍ଭିକ ମୂଲ୍ୟ ୧,୭୯,୯୦୦ ରଖାଯାଇଛି । ଅତ୍ୟଧିକ ଚାହିଦା ଯୋଗୁଁ ଅନଲାଇନ୍ ଅର୍ଡର କଲେ ଡେଲିଭରି ପାଇଁ ମାସ ଶେଷ କିମ୍ବା ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଲାଗିପାରେ । ଲମ୍ବା ଲାଇନ୍ ରୁ ବଞ୍ଚିବା ପାଇଁ ବଡ଼ ବଡ଼ ମେଟ୍ରୋ ସହରଗୁଡ଼ିକରେ କୁଇକ୍-କମର୍ସ ଆପ୍ Blinkit ମାଧ୍ୟମରେ ମଧ୍ୟ କିଛି ମିନିଟ୍ ମଧ୍ୟରେ ଆଇଫୋନ୍ ୧୮ ପ୍ରୋ ମଡେଲ୍ସ ଘରେ ବସି ମଗାଇହେବ ।iPhone 18 Pro ସିରିଜରେ ଆପଲ୍ ନୂଆ A20 Pro ଚିପ୍ ବ୍ୟବହାର କରିଛି। ଏହା ସହିତ ୪୮MP Fusion Main କ୍ୟାମେରାରେ ପ୍ରଥମ ଥର ପାଇଁ variable aperture ସୁବିଧା ଦିଆଯାଇଛି। ଫୋନ ନୂଆ Dynamic Island, ଉନ୍ନତ ବ୍ୟାଟେରୀ ପରଫର୍ମାନ୍ସ ଏବଂ iOS 27 ସହିତ ନୂଆ Siri AI ସୁବିଧା ମଧ୍ୟ ରହିଛି।ନୂଆ iPhone କିଣିବା ଉପରେ ଆପଲ୍ ପକ୍ଷରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ଦିଆଯାଉଛି । ତେବେ ବିଭିନ୍ନ ରିଟେଲରଙ୍କ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଏକ୍ସଟ୍ରା ଅଫର୍ ମିଳୁଛି।

You might also like