ସେମିକନ ଇଣ୍ଡିଆ ଓ ଅର୍ଥମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ନିବେଶ ଆକର୍ଷଣ ଏବଂ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୬ ସମ୍ମିଳନୀରେ ଯୋଗଦେବେ । ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍ କରିବା ପାଇଁ ଯୋଜନା ଥିବାବେଳେ ଏଥିରେ ଯୋଗ ଦେଇଥିବା ବିଭିନ୍ନ ଦେଶ ବିଦେଶର ନିବେଶକ, କମ୍ପାନିର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶାକୁ ଏ କ୍ଷେତ୍ରରେ ନିବେଶ ଆଣିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିପାରନ୍ତି । ୟୁରୋପ, ଜାପାନ, ଦକ୍ଷିଣ କୋରିଆ ଟିମ୍ ସହ ଓଡ଼ିଶା ସରକାର ଆଲୋଚନା କରିପାରନ୍ତି । ଓଡ଼ିଶାରୁ ଆଇଟି ବିଭାଗର ସ୍ୱତନ୍ତ୍ର ଟିମ୍ ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି । ଏହି ଦିଲ୍ଲୀ ଗସ୍ତ ସମୟରେ ଆନ୍ତର୍ଜାତୀୟ ନିବେଶକଙ୍କ ସହ ଆଲୋଚନା ରାଜ୍ୟର ଶିଳ୍ପ ଓ ନିବେଶ କ୍ଷେତ୍ର ପାଇଁ ଗୁରୁତ୍ୱ ବହନ କରୁଛି ।