ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ‘ଛାତ୍ର କି ଗୁଞ୍ଜ୍’ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ତେବେ ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭୁବନେଶ୍ଵରରେ ‘ଛାତ୍ର କି ଗୁଞ୍ଜ୍’ କାର୍ଯ୍ୟକ୍ରମରେ ଦେବେ ଯୋଗ । ସାମିଲ ହେବେ ୨୦ ହଜାର ଯୁବପୀଢି । ଜେନ୍-ଜିଙ୍କ ସମସ୍ୟାକୁ ନେଇ ହେବ ଆଲୋଚନା । ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି । ଏହାଛଡ଼ା ଜାନୁଆରୀ ଏବଂ ଫେବୃଆରୀ ମାସ ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶୀର୍ଷ ନେତୃତ୍ୱ ନେବେ।

You might also like