ପାର୍ବଣ ପୂର୍ବରୁ ଫଳ ଗୋଦାମ ଉପରେ ଚଢାଉ ! ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା

କୃତ୍ରିମ ଉପାୟରେ ଫଳ ପଚାଇବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଫଳ ସଂରକ୍ଷଣ ଅଭିଯୋଗରେ ପୁରୀ ଓ ବ୍ରହ୍ମପୁରର ବିଭିନ୍ନ ଫଳ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି। ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ବ୍ରହ୍ମପୁରରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ଫଳକୁ ଶୀଘ୍ର ପଚାଇବା ପାଇଁ ସିଧାସଳଖ କୃତ୍ରିମ ପାଚନ ଏଜେଣ୍ଟ ବା ଅନଧିକୃତ କେମିକାଲ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ଏହାପରେ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଥିବା ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନିୟମ ଅନୁସାରେ ନଷ୍ଟ କରାଯାଇଥିଲା।ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ଫଳକୁ ଶୀଘ୍ର ପଚାଇବା ପାଇଁ ସିଧାସଳଖ କୃତ୍ରିମ ପାଚନ ଏଜେଣ୍ଟ ବା ଅନଧିକୃତ କେମିକାଲ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ଏହାପରେ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଥିବା ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନିୟମ ଅନୁସାରେ ନଷ୍ଟ କରାଯାଇଥିଲା।

You might also like