UG ଓ ୪ ବର୍ଷିଆ ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର (ରାଜ୍ୟ କାହାଣୀ )UG ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଆବେଦନ ତାରିଖ ଗତକାଲିଠୁ ଅପରାହ୍ନରୁ ଆରମ୍ଭ ହୋଇ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । 20 ତାରିଖରେ ଆବେଦନାକାରୀଙ୍କ ତାଲିକା ସହିତ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ କରାଯିବ । ଛାତ୍ରଛାତ୍ରୀ 24-26 ତାରିଖ ମଧ୍ୟରେ ସାମ୍ସ ଇ -ସ୍ପେସରେ ସମ୍ପୂର୍ଣ୍ଣ ତଥ୍ୟକୁ ଅପଡେସନ କରିପାରିବେ । ତେବେ ଶିକ୍ଷାବର୍ଷ ୨୦୨୬–୨୭ ପାଇଁ SAMS ଅଧୀନରେ ୪ ବର୍ଷିଆ ITEP କୋର୍ସର ଫେଜ୍–୨ ନାମଲେଖା ସମୟସୂଚୀ ପ୍ରକାଶ ପାଇଛି । ଅନଲାଇନରେ ଆବେଦନ ଗତକାଲି (ଗୁରୁବାର) ଠାରୁ ଆରମ୍ଭ ହୋଇ 20 ତାରିଖ ସକାଳ 10 ପର୍ଯ୍ୟନ୍ତ ଶେଷ ଆବେଦନ ସମୟ ରହିଛି ।ଛାତ୍ରଛାତ୍ରୀ NCET–୨୦୨୬ ସ୍କୋର ଏବଂ ଯୁକ୍ତ ଦୁଇରେ ଅତିକମ୍ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ । ଯୋଗ୍ୟ ପ୍ରାର୍ଥୀମାନେ ୧୦ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ITEP ଫେଜ୍–୨ ପାଇଁ ଆବେଦନ କରିପାରିବେ । ଏହା ସହିତ ଆଡମିଶନ ପ୍ରକ୍ରିୟା ସେପ୍ଟେମ୍ବର 25ରୁ 28 ତାରିଖ ମଧ୍ୟରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।