ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ: ଆଉ ଜଣେ ମହିଳାଙ୍କ ମୃତ୍ୟୁ
ଅନୁଗୋଳ ଜିଲ୍ଲା ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍କୁ ନେଇ ବଢ଼ୁଛି ଚିନ୍ତା । ଗାଁକୁ ଗାଁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି । ମୃତକ ହେଲେ ରଜଡଙ୍ଗ ଗାଁର ଉଷା ନାଏକ । ଏହାକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି ।ସେପଟେ ରୋଗ ବ୍ୟାପିବା ଖବର ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି । ତେବେ ଗାଁରେ ଏପର୍ଯ୍ୟନ୍ତ ଡାକ୍ତରୀ ଦଳ ପହଞ୍ଚିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଡାକ୍ତରୀ ଦଳ ପଠାଇ ଗାଁରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।