ଇରାନକୁ ପୁଣି ଧମକ, ପରମାଣୁ ବମ୍ପର ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପଙ୍କ ଚେତାବନୀ
ରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକା ଇରାନର ପ୍ରମୁଖ ତୈଳ କେନ୍ଦ୍ର ଖାର୍ଗ ଦ୍ଵୀପ ନିକଟରେ ବଡ଼ ଧରଣର ହମଲା କରିଛି। ଏହାର ସୂଚନା ଖୋଦ୍ ଇରାନର ମିଡିଆ ଦେଇଛନ୍ତି। ସୂଚନା ମୁତାବକ ଖାର୍ଗ ଦ୍ଵୀପ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏହି ବିସ୍ଫୋରଣ ତୈଳ କେନ୍ଦ୍ରର ମୁଖ୍ୟ ହବରେ ହୋଇଥିବା କୁହାଯାଉଛି।ଆମେରିକା ଆକ୍ରମଣର ରିପୋର୍ଟ ଇରାନର ‘ଷ୍ଟୁଡେଣ୍ଟ ନ୍ୟୁଜ ନେଟୱାର୍କ’ (SNN) ରୁ ଆସିଛି। SNN ରିପୋର୍ଟ କରିଛି ଯେ କ୍ଷେପଣାସ୍ତ୍ର ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି, ଯଦିଓ ପ୍ରାରମ୍ଭିକ ରିପୋର୍ଟରେ କ୍ଷେପଣାସ୍ତ୍ର ସଂଖ୍ୟା କିମ୍ବା ସେମାନଙ୍କର ଉତ୍ପତ୍ତି ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇ ନାହିଁ।
ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆରମ୍ଭ ହେବାର ଛଅ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି।ଏହି ସାମରିକ ଆକ୍ରମଣ ଏବଂ ପ୍ରତି-ହତ୍ୟା ବାଣିଜ୍ୟିକ ପରିବହନ ଏବଂ ଇରାନର ତୈଳ ଭିତ୍ତିଭୂମି ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି। ଅନ୍ୟପଟେ ଆକ୍ରମଣ କରିବା ନେଇ ଟ୍ରମ୍ପ ଦେଲ ଚେତାବନୀ ଦେଇଛନ୍ତି । ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କ ମୁତୟନ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ଏକ ରିପୋର୍ଟ ଅନୁସାରେ ଏହି ମୁତୟନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୁଦ୍ଧରେ ଅଧିକ ବିକଳ୍ପ ଦେବା ପାଇଁ ଏକ ଖୋଲା ସାମରିକ ରଣନୀତିର ଅଂଶ।