ନେପାଳ ଜଳପ୍ରଳୟର ୯ ଦିନ ପରେ ଚମତ୍କାର, ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ମାଟି ଓ ଆବର୍ଜନା ତଳେ ଫସିଥିବା ୨ ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେବି ୪୫୦୦ରୁ ଅଧିକ ନିଖୋଜ ରହିଛନ୍ତି । ମୃତ୍ୟୁସଂଖ୍ୟା ୨୦୦୦ ଟପିବ ବୋଲି ଅନୁମାନ କରାଯାଉଛି । ଏବେବି କାଦୁଆ ଭିତରୁ ବାହାରୁଛି ମୃତଦେହ । ରିପୋର୍ଟ ଅନୁସାରେ, ନେପାଳର ତ୍ରିଶୂଳୀରେ ଥିବା ୩-ଏ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟର ସୁଡଙ୍ଗରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଉଛି । ସେମାନେ ହେଲେ ମେକାନିକାଲ୍ ଫୋରମ୍ୟାନ୍ ସଞ୍ଜୟ ଶାହ ଏବଂ ମେକାନିକାଲ ସୁପର ଭାଇଜର କବୀର ମହାଜନ । ଶୁକ୍ରବାର ପ୍ରଥମେ ସଞ୍ଜୟଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ କବୀର ଉଦ୍ଧାର ହୋଇଥିଲେ । ଉଦ୍ଧାର ଓ ଖୋଜାଖୋଜି ଅଭିଯାନ ଏବେ ବି ଜାରି ରହିଛି। ଅନେକ ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଚ୍ୟାଲେଞ୍ଜିଂ ରହିଥିବାରୁ ଉଦ୍ଧାରକାରୀମାନେ ସତର୍କତାର ସହ କାମ କରୁଛନ୍ତି।

ଏହି ଦୁର୍ଘଟଣାରେ ମୃତକଙ୍କ ପରିଚୟ ନିଶ୍ଚିତ କରିବାରେ ଭାରତ ସହାୟତାର ହାତ ବଢ଼ାଇଛି। ଭାରତର ବିଦେଶ ମନ୍ତ୍ରଣାଳୟ (MEA) କହିଛି ଯେ, ନେପାଳରେ ମିଳୁଥିବା ଅଜଣା ମୃତଦେହଗୁଡ଼ିକର ପରିଚୟ ପାଇଁ ଭାରତରେ ରହୁଥିବା ନିକଟ ସମ୍ପର୍କୀୟଙ୍କ DNA ପ୍ରୋଫାଇଲିଂ କରାଯାଇପାରିବ।

You might also like