ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ୍-କିଷାନ ଟଙ୍କା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ୍-କିଷାନ ଟଙ୍କା। ଭୁବନେଶ୍ୱର ଓୟୁଏଟିଠାରେ ଆୟୋଜିତ ଉତ୍ସବରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CM-KISANର ୫ମ କିସ୍ତି ଭାବେ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । CM-KISAN ଯୋଜନାର ପଞ୍ଚମ କିସ୍ତି ବାବଦରେ ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୮୩୩ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଗଲା। ଏହି ସହାୟତା ଚାଷୀ ପରିବାରଙ୍କ କୃଷିକାର୍ଯ୍ୟ ଓ ଆନୁଷଙ୍ଗିକ ଖର୍ଚ୍ଚ ପୂରଣରେ ସହାୟକ ହେବ। ଚାଷୀଙ୍କ ପାଇଁ କୃଷି କାର୍ଯ୍ୟରେ ଆର୍ଥିକ ସହାୟତାର ବିଶେଷ ଗୁରୁତ୍ୱ ରହିଛି । ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବା ସହ ଚାଷ କାର୍ଯ୍ୟରେ ବିଭିନ୍ନ ଖର୍ଚ୍ଚ ହୋଇଥାଏ । ଏଭଳି ସମୟରେ ମିଳୁଥିବା ସହାୟତା ଚାଷୀଙ୍କୁ ଆର୍ଥିକ ଭାବେ ସହଯୋଗ କରିବ ବୋଲି ଆଶା କରାଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଛନ୍ତି।

You might also like