ବର୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ବଙ୍ଗୋପସାଗରରେ ପୁଣି ଲଘୁଚାପ
ବର୍ତ୍ତମାନ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। କିନ୍ତୁ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ଗତ ୨୪ ଘଣ୍ଟାରେ କୋରାପୁଟ ଜିଲା ବୋରିଗୁମାରେ ସର୍ବାଧିକ ୩୬ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲା ଦଶପଲ୍ଲାରେ ୭.୯ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଗୁରୁବାର ପୁରୀରେ ରାଜ୍ୟର ସର୍ବାଧିକ ୩୪.୮ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ତାପମାତ୍ରା ସର୍ବନିମ୍ନ ୧୯ ଡିଗ୍ରୀ ରହିଥିଲା।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଏବେ ବର୍ଷା ନାହିଁ ହିଁ । । ୮ରୁ ୧୦ ତାରିଖ ଯାଏଁ କିଛି ବର୍ଷା ରହିଛି ବିଶେଷ କରି ଉତ୍ତର ଓ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ୧୩ ତାରିଖବେ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ। ମାତ୍ର ଏହାର ପ୍ରଭା ପ୍ରଭାବ ଓ ଗତିପଥ ନେଇ ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।