ତିନି ଦିନ ଧରି ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ
ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ । ପକ୍ଷୀ ଗଣନା କରୁଛନ୍ତି ୪ଟି ଟିମ୍ । ପ୍ରତି ଟିମ୍ ରେ ୫ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି । ମଠଆଡିଆ , ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆଠାରେ ପକ୍ଷୀ ଗଣନା କରାଯାଉଛି ।ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ଦାବେଣ୍ଟିଆ, ଅଞ୍ଜନା, ଖଇରା , ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପର ଖାଇ, ଅନ୍ଧାରିଆ ବଗ, ଭଳି ଦେଶୀୟ ପକ୍ଷୀଙ୍କ ଗଣନା କରାଯାଉଛି ।ବନଖଣ୍ଡ ଅଧିକାରୀଙ୍କ କହିବା କଥା ଯେ ’’ବର୍ଷା ଋତୁରେ ଏହି ଗଣନା ହୋଇଥାଏ । କାରଣ ବର୍ଷା ଋତୁରେ ଏଠାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥାଏ । ଅଣ୍ଡା ଦେବା ସମୟ ଆସିଲେ ଏହି ପକ୍ଷୀମାନେ ଅନ୍ୟତ୍ର ଚାଲି ଯାଇଥାନ୍ତି । ଜାତୀୟ ଉଦ୍ୟାନ ସଂଲଗ୍ନ ବ୍ରାହ୍ମଣୀ ନଦୀରେ ଥିବା ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ବସା ବାନ୍ଧିଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାହାରି ବିଭିନ୍ନ ଅଞ୍ଚଳକୁ ଉଡିଯାଉଛନ୍ତି ଓ ଫେରୁଛନ୍ତି।