ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ । ମୋଟ ପାସ ହାର ୬୪.୪୮ ପ୍ରତିଶତ ରହିଛି । ପରୀକ୍ଷା ପାଇଁ ୯୭ ହଜାର ୧୫୧ ଜଣ ଆବେଦନ କରିଥିଲେ । ସେଥିରୁ ୫୩ ହଜାର ୩୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି ।ଗତ ଜୁଲାଇ ୫ ତାରିଖରେ ହୋଇଥିଲା ଏହି ପରୀକ୍ଷା । ପେପର-୧ ଓ ପେପର-୨କୁ ମିଶାଇ ମୋଟ ୯୭ ହଜାର ୧୫୧ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ । ୧୨ ହଜାର ୪୨୦ ଜଣ ଅନୁପସ୍ଥିତ ଥିଲେ । ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଥିବା ବେଳେ ପେପର-୧ରେ ପାସ୍ ହାର ୬୮.୨୮ ଓ ପେପର-୨ରେ ୬୦.୬୮ ପ୍ରତିଶତ ରହିଛି ।ସେହିପରି କୃତକାର୍ଯ୍ୟ ପ୍ରାର୍ଥୀମାନେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ସକାଳ ୧୧ଟାରୁ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ଅନ୍ୟପକ୍ଷରେ ଯେଉଁ ପ୍ରାର୍ଥୀମାନେ OTETରେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନେ ନିଜ OMR ଆନ୍ସର ସିଟ୍ ମଧ୍ୟ ଡାଉନଲୋଡ୍ କରିପାରିବେ । ସେପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟରୁ OMR ଆନ୍ସର ସିଟ୍ ଉପଲବ୍ଧ ହେବ ।

You might also like