ଆଜି ବିଶ୍ବ ନଡ଼ିଆ ଦିବସ

ଆଜି ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖ ଦିନ ବିଶ୍ୱ ନଡ଼ିଆ ଦିବସ (World Coconut Day) ପାଳନ କରାଯାଏ।ପ୍ରଥମେ 2009ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ତେବେ ନଡିଆ ସହିତ ଏହାର ପାଣି ବା ପଇଡ ପାଣି ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ଅଟେ। ଅନ୍ୟପଟେ ନଡ଼ିଆ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।ବିଶ୍ୱ ନଡ଼ିଆ ଦିବସ ପାଳନ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକୁ ବିଶ୍ୱବ୍ୟାପୀ ଲୋକଙ୍କ ଆଲୋଚନାର ଅଗ୍ରଭାଗରେ ପ୍ରବେଶ କରିବା ପାଇଁ ପ୍ରଚୁର ସୁଯୋଗ ପ୍ରଦାନ କରେ!ଓଡ଼ିଶା ମାଟିରେ ଦେଶ, ବିଦେଶର ବିଭିନ୍ନ ପ୍ରଜାତିର ତଥା ହାଇବ୍ରିଡ ନଡ଼ିଆ ଫଳୁଛି । କିନ୍ତୁ ଓଡ଼ିଶାର ସ୍ୱତନ୍ତ୍ର ହାଇବ୍ରିଡ ନଡ଼ିଆ ଏପର୍ଯ୍ୟନ୍ତ ବାହାରି ନାହିଁ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ ନଡ଼ିଆର ହାଇବ୍ରିଡ ଚାରା ବାହାର କରାଯାଇଛି । ଯାହାର ନାମ ‘କୋଣାର୍କ’ । ଓୟୁଏଟି ତରଫରୁ ସରକାରଙ୍କୁ ଏହି କିସମର ନଡ଼ିଆ ପଠାଯାଇଛି । ଅନୁମୋଦନ ମିଳିବା ପରେ ‘କୋଣାର୍କ’ ଚାଷୀଙ୍କୁ ପ୍ରଦାନ କରାଯିବ ।‘କୋଣାର୍କ’ ଓଡ଼ିଶାର ପ୍ରଥମ ହାଇବ୍ରିଡ୍ । ଅନ୍ୟ ରାଜ୍ୟ ତଥା ଦେଶର ହାଇବ୍ରିଡ ନଡ଼ିଆ ଅଛି । କିନ୍ତୁ ନଡ଼ିଆକୁ ନେଇ ଓଡ଼ିଶାର କୌଣସି ହାଇବ୍ରିଡ ଏପର୍ଯ୍ୟନ୍ତ ହୋଇନଥିଲା । ଯଦି ସରକାରୀ ଅନୁମୋଦନ ମିଳିବ ‘କୋଣାର୍କ’ ନଡ଼ିଆ ଚାରା ଓୟୁଏଟିର ପ୍ରଥମ ହାଇବ୍ରିଡ ହେବ ।

You might also like