ମହାପ୍ରଭୁଙ୍କ ରାହୁରେଖାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ । ଭାଦ୍ରବ କୃଷ୍ଣ ପକ୍ଷ ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ବରେ ସ୍ଵର୍ଣ୍ଣ ନିର୍ମିତ ଏକ ବଳୟକୁ ରାହୁରେଖା କୁହାଯାଏ । ଏହି ବିଶେଷ ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିଥାଏ । ଦଇତାପତି ସେବକମାନେ ମାନେ ଏହି ସ୍ବତନ୍ତ୍ର ସେବା ସମ୍ପନ୍ନ କରିବେ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ ।ବିଗ୍ରହ ମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହାଯାଏ । ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି। ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିଥାନ୍ତି।ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଦଇତାପତି ସେବକ ମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି ।

You might also like