ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା
ଭୁବନେଶ୍ଵର (ରାଜ୍ୟ କାହାଣୀ )ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା । ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ।
ଲୋକଭବନ ହେଉଛି ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ I GBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ବ୍ୟବସ୍ଥା ଅଧୀନରେ ଏହି ସାର୍ଟିଫିକେସନ୍ ମିଳିଛି। ଲୋକଭବନ କ୍ୟାମ୍ପସ୍ ୧୦୦ରୁ ୮୮ ଅଙ୍କ ହାସଲ କରି IGBCର ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ସ୍ଥାନ ପାଇଛି।ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା, ଅପଚୟ ପରିଚାଳନା ଏବଂ ସ୍ୱଚ୍ଛ ଗତିଶୀଳତା କ୍ଷେତ୍ରରେ ଲୋକଭବନ ପକ୍ଷରୁ ନିଆଯାଇଥିବା ନିରନ୍ତର ପଦକ୍ଷେପକୁ ଏହି ମାନ୍ୟତା ମିଳିଛି। ସେବା ଏବଂ ସୁଶାସନ’ର ମନ୍ତ୍ର ସହ ଜନସେବା ଓ ସୁଶାସନକୁ ପ୍ରାଥମିକତା ଦେଇ ଭାରତ ସ୍ଥାୟୀ ବିକାଶ ଦିଗରେ ଆଗକୁ ବଢ଼ୁଛି। ଅଭିବୃଦ୍ଧି ସହ ପରିବେଶଗତ ଦାୟିତ୍ୱକୁ ସମନ୍ୱିତ କରି ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି ଏହି ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି।