ଢେଙ୍କାନାଳରେ ଖୋଲିଲା ଚାଉଳ ATM
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM। ଢେଙ୍କାନାଳରେ ଚାଉଳ ATM ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଚାଉଳ ATM ଖୋଲାଯାଇଛି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଏହି ଚାଉଳ ATM। କେନ୍ଦୁଝର ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଏହି ଏଟିଏମ । ହିତାଧିକାରୀ ମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ଏଟିଏମ ସେବା ପ୍ରଦାନ କରାଯାଉଛି । ବାୟୋମେଟ୍ରିକ ବା ଟିପଚିହ୍ନ ଦେଇ ଆଧାର ଅପଡେଟ ପରେ ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ମିଳିଯିବ ।ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଏଟିଏମକୁ ପରିଚାଳନା କରାଯିବ ।