ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତେଲ ଉପରେ ଆମେରିକାର କବ୍‌ଜା

ବିଶ୍ୱର ସବୁଠାରୁ ବଡ଼ ତୈଳ ଡିଲ୍‌କୁ ନେଇ ଚର୍ଚ୍ଚା । ଭେନେଜୁଏଲାର ୬୫ ବିଲିୟନ୍‌ ବ୍ୟାରେଲ୍‌ରୁ ଅଧିକ ପ୍ରମାଣିତ ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ବଢ଼ିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ସୋସିଆଲ ମିଡିଆ ପୋଷ୍ଟରେ ଏମିତି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି । ସେ କହିଛନ୍ତି ଯେ, ଏହି ଚୁକ୍ତିନାମା ଅଶୋଧିତ ତୈଳ ପାଇଁ ଆମେରିକାର ଉପଲବ୍ଧତା, ଯୋଗାଣ ବୃଦ୍ଧି କରିବ ଏବଂ ଶେଷରେ ପେଟ୍ରୋଲ୍ ମୂଲ୍ୟ ହ୍ରାସ କରିବ ।

ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ସରକାର ଏବଂ ବେସରକାରୀ କମ୍ପାନୀ ମଧ୍ୟରେ ସହଭାଗୀତା ମାଧ୍ୟମରେ ଆମେରିକା ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲରୁ ଅଧିକ ତୈଳ ଭଣ୍ଡାର ଉପରେ ଅଧିକାଂଶ ନିୟନ୍ତ୍ରଣ ହାସଲ କରିଛି । ମୋ ନିର୍ଦ୍ଦେଶରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ହେଗସେଥ୍ ଏବଂ ଭେନେଜୁଏଲା ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚୁକ୍ତି ହୋଇଛି । ଏହା ବିଶ୍ୱର ସବୁଠାରୁ ବଡ଼ ତୈଳ ଚୁକ୍ତି । ଆଗାମୀ ସପ୍ତାହରେ ଭେନେଜୁଏଲା କିଛି କମ୍ପାନୀକୁ ନୂଆ ତୈଳ ଅନ୍ୱେଷଣ ଓ ଉତ୍ପାଦନ ଅଧିକାର ଦେବାକୁ ଥିବା ବେଳେ, ଏଥିରେ ଆମେରିକୀୟ କମ୍ପାନୀଗୁଡ଼ିକ ପ୍ରମୁଖ ଭୂମିକାରେ ରହିପାରନ୍ତି। ଏହା ଫଳରେ ଭେନେଜୁଏଲାର ତୈଳ କ୍ଷେତ୍ରରେ ଆମେରିକାର ପ୍ରଭାବ ବହୁଗୁଣିତ ହୋଇପାରେ। ଭେନେଜୁଏଲା ପାଖରେ ବିଶ୍ୱର ସବୁଠାରୁ ବଡ଼ ପ୍ରମାଣିତ ତୈଳ ଭଣ୍ଡାର ରହିଛି। ହେଲେ ବର୍ଷ ବର୍ଷ ଧରି ନିବେଶ ଅଭାବ, ପରିଚାଳନାଗତ ସମସ୍ୟା ଓ ଆମେରିକୀୟ କଟକଣା ଯୋଗୁଁ ଏହାର ଉତ୍ପାଦନ କ୍ଷମତା ହ୍ରାସ ପାଇଛି। ବର୍ତ୍ତମାନ ଦେଶଟି ପ୍ରାୟ ଦୈନିକ ୧୨.୫ ଲକ୍ଷ ବ୍ୟାରେଲ୍‌ ତୈଳ ଉତ୍ପାଦନ କରୁଛି ।

You might also like