କର୍କଟ ରୋଗୀଙ୍କ ପାଇଁ ଆଶ୍ୱସ୍ତି: ଆମେରିକାରେ ‘ରାସୋଙ୍କ’ ଔଷଧକୁ ମଞ୍ଜୁରୀ

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି। ଏକ ପ୍ରମୁଖ ପରୀକ୍ଷଣରେ ଏହି ଔଷଧ ରୋଗର ଉନ୍ନତ ପର୍ଯ୍ୟାୟରେ ରୋଗୀଙ୍କ ବଞ୍ଚିବା ହାରକୁ ପ୍ରାୟ ଦ୍ୱିଗୁଣିତ କରିଛି।ପ୍ରତିଦିନ ଥରେ ଖାଇବାକୁ ଦିଆଯାଉଥିବା ଏହି ବଟିକା ଯେଉଁ ରୋଗୀମାନେ ପୂର୍ବରୁ ଚିକିତ୍ସା ପାଇସାରିଛନ୍ତି କିମ୍ବା କେମୋଥେରାପି ନେଇପାରିବେ ନାହିଁ ସେମାନଙ୍କ ପାଇଁ ଉପଯୁକ୍ତ।କମ୍ପାନି ପକ୍ଷରୁ ମାସକର ଔଷଧ ପାଇଁ ମୂଲ୍ୟ ୩୯,୮୦୦ ଡଲାର ଧାର୍ୟ୍ୟ ହୋଇଛି, ଯାହା ବର୍ତ୍ତମାନର ବିନିମୟ ହାରରେ ପ୍ରାୟ ୩୮ ଲକ୍ଷ ଭାରତୀୟ ଟଙ୍କା ହେବ। ଏହି ଔଷଧ ମହଙ୍ଗା ହୋଇଥିବାରୁ କମ୍ପାନି ପକ୍ଷରୁ ରୋଗୀଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି।କାଲିଫର୍ନିଆର ଫୁଲରଟନ୍‌ର ୮୮ ବର୍ଷୀୟା ବାର୍ବାରା ଆଣ୍ଡେସ, କେମୋଥେରାପିର ଏକ ବର୍ଷ ପରେ ଜୁଲାଇ ମାସରେ ଔଷଧ ଖାଇବା ଆରମ୍ଭ କରିଥିଲେ। ଏହି ବଟିକା ତାଙ୍କୁ ତାଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ପୁଣି ଆରମ୍ଭ କରିବାକୁ ସାହାଯ୍ୟ କରିଥିଲା। ବାନ୍ତି ଏବଂ ଥକ୍କାପଣ ଭଳି ସମସ୍ୟାକୁ ଯଥେଷ୍ଟ ହ୍ରାସ କରିଥିଲା। ଏହି ଔଷଧ ଏବେ ହଜାର ହଜାର ପୀଡିତଙ୍କ ପାଇଁ ଉପଲବ୍ଧ ହେବ। ଏହା ଏକ ବରଦାନଠାରୁ କମ ନୁହେଁ।ଆରବିସି କ୍ୟାପିଟାଲ୍ ମାର୍କେଟ୍ସର ବିଶ୍ଳେଷକମାନଙ୍କ ଅନୁସାରେ ୨ ହଜାରରୁ ଅଧିକ ରୋଗୀ ପୂର୍ବରୁ ପଞ୍ଜିକୃତ ହୋଇଥିବାରୁ, ଆମେରିକାରେ ଅଗ୍ନାଶୟ କର୍କଟ ଔଷଧ ବିକ୍ରିରୁ ରାଜସ୍ୱ ତୃତୀୟ ତ୍ରୈମାସିକରେ ୨୮ ନିୟୁତ ଡଲାର ପର୍ୟ୍ୟନ୍ତ ପହଞ୍ଚିବାର ଆଶା ରହିଛି।ଚତୁର୍ଥ ତ୍ରୈମାସିକରେ ଏହାର ବିକ୍ରୟ ୧୪୮ ନିୟୁତ ଡଲାରରେ ପହଞ୍ଚିପାରେ। ବିଶ୍ଳେଷକମାନେ ଆକଳନ କରିଛନ୍ତି ଯେ ଦୀର୍ଘକାଳୀନ ଭାବରେ, ଏହି ଔଷଧ ବାର୍ଷିକ ବିଶ୍ୱବ୍ୟାପୀ ୧୧.୫ ବିଲିୟନ ଡଲାର ବିକ୍ରି ବଜାର ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

You might also like