ଶ୍ରୀକ୍ଷେତ୍ରରେ ରଥ ଖୋଲା ଅନୁକୂଳ କଲେ ଭୋଇ ସର୍ଦ୍ଦାର। ଆରମ୍ଭ ହେଲା ରଥଭଙ୍ଗା କାର୍ଯ୍ୟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସରିବା ପରେ ରଥ ଖୋଲା ଆରମ୍ଭ ହୋଇଛି । ରଥ ନିର୍ମାଣରେ ଯେପରି ଅନୁକୂଳ ସେପରି ରଥ ଖୋଲା ସମୟରେ ଅନୁକୂଳ କରାଯାଇଛି ।ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି ।

ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗର କେନ୍ଦ୍ର ପାଲଟିଥିବା ଏହି ତିନି ରଥ, ଏବେ ପରମ୍ପରା ଅନୁଯାୟୀ ଭଙ୍ଗାଯାଉଛି । ଆଉ ଏହା ସହ ଧୀରେ ଧୀରେ ଶେଷ ହେଉଛି ଚଳିତବର୍ଷର ରଥଯାତ୍ରାର ଆଉ ଏକ ପର୍ବ ।ରଥରୁ ଖୋଲି କାଠଗୁଡ଼ିକ ବଡ଼ଦାଣ୍ଡରେ ରଖାଯିବା ପରେ ରହଣି ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏହି ସବୁ କାଠ ଠାକୁରଙ୍କ କୋଠ ଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପରେ ନନ୍ଦିଘୋଷ ଓ ଶେଷରେ ତାଳଧ୍ୱଜ ରଥ ଖୋଲାଯିବ । ପୂର୍ବରୁ ତିନି ରଥର ୨୭ପାଶ୍ୱର୍ ଦେବତା, ୧୨ଟି ଅଶ୍ୱ, ୩ ସାରଥି, ଠେକରା ବାଡ଼ ଆଦି ରଥାଂଶକୁ କାଢ଼ି ସାଇତା ଯାଇଛି ।

You might also like